କନକ ବ୍ୟୁରୋ: କ୍ରିକେଟର ମହମ୍ମଦ ସାମୀ ଓ ପୂର୍ବତନ ଷ୍ଟାର ଟେନିସ ଖେଳାଳୀ ସାନିଆ ମୀର୍ଜାଙ୍କ ବାହାଘର ଖବର ନେଇ ସବୁଠି ଚର୍ଚ୍ଚା । ଏହି ଚର୍ଚ୍ଚା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ସାମୀ । କାହାର ବ୍ୟକ୍ତିଗତ ଜୀବନକୁ ନେଇ ମିଛ ଖବର ପ୍ରଚାର କରିବା ଉଚିତ ନୁହେଁ ଓ ମିଛ ଆକାଉଣ୍ଟରେ ଯେଉଁଭଳି ଭାବେ ଫଟୋ ଏଡିଟ କରାଯାଉଛି ଏହା ନିନ୍ଦନୀୟ ବୋଲି କହିଛନ୍ତି । କାହାର ପରିବାର, ସମ୍ମାନକୁ ନେଇ ମିଛ ଖବର ପ୍ରସାରଣ ଉପରେ ରୋକ ଲଗାଯିବା ଜରୁରୀ ବୋଲି ନିଜ ମତାମତ ଦେଇଛନ୍ତି ।
ସାନିଆଙ୍କ ପୂର୍ବ ସ୍ୱାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କଠୁ ଅଲଗା ହେବା ପରେ ମହମ୍ମଦ ସାମୀଙ୍କ ସହ ବାହାଘରକୁ ନେଇ ଭଳିକି ଭଳି ଖବର ଆସୁଛି । ସେପଟେ ସାମୀ ମଧ୍ୟ ବିବାହ ବିଚ୍ଛେଦ ପରେ କେବଳ ଖେଳରେ ଫୋକସ କରୁଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/5-22.jpg)