କ୍ରିକେଟ ପରେ ରାଜନୀତି ମୈଦାନରେ ମନୋଜଙ୍କ ଛକା । ମମତାଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ ସ୍ଥାନ ।

1,142

କନକ ବ୍ୟୁରୋ : ମନ୍ତ୍ରୀ ବନିଲେ ପୂର୍ବତନ କ୍ରିକେଟର । କ୍ରିକେଟ ପରେ ଏବେ ରାଜନୀତି ମୈଦାନରେ ମଧ୍ୟ କମାଲ କରିଛନ୍ତି ମନୋଜ ତିୱାରୀ । ପଶ୍ଚିମବଙ୍ଗରୁ ନିର୍ବାଚନ ଜିତିବା ସହ ଏବେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ମନୋଜ ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଘୋଷଣା ହେବାର କିଛି ସମୟ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ମନୋଜ ତିୱାରୀ । ଦଳ ତାଙ୍କ ଉପରେ ବିଶ୍ୱାସ ରଖିବା ସହ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ପଶ୍ଚିମବଙ୍ଗର ଶିବପୁର ଆସନରୁ ହାୱଡାର ପୂର୍ବତନ ମେୟର ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲଢିଥିଲେ ମନୋଜ । ଏବଂ ଲୋକଙ୍କ ମନ ଜିଣିବା ସହ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର । ଆଉ ତାଙ୍କ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ମମତା ବାନାର୍ଜୀ । ରାଜଭବନରେ ରାଜ୍ୟପାଳ ଜଗଦୀପ ଧନକଡ ମନୋଜ ତିୱାରୀଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ ।