ବ୍ରାଭୋଙ୍କ ମୁହଁରେ ବଲିଉଡ୍ ଗୀତ

ବ୍ରାଭୋଙ୍କ ମୁହଁରେ ବଲିଉଡ୍ ଗୀତ

http://caribpr.com/uploads/2011/09/Dwayne-Bravot-1.jpg

77339381ହିନ୍ଦି ଶିଖୁଛନ୍ତି ୱେଷ୍ଟଇଣ୍ଡିଜ୍ ଖେଳାଳି ଡ୍ୱିନ୍ ବ୍ରାଭୋ । କାରଣ କ୍ରିକେଟ୍ ପଡିଆରେ ନିଜର କମାଲ୍ ଦେଖାଇ ସାରିଥିବା ଏହି ୱେଷ୍ଟଇଣ୍ଡିଜ୍ ଖେଳାଳି ଏବେ ବଲିଉଡରେ ନିଜର ଜଲୱା ଦେଖାଇବେ । ଫିଲ୍ମ ନିର୍ଦେଶକ ଅନୁଭବ ସିହ୍ନାଙ୍କ ଆଗାମୀ ମୁଭିରେ ଗୀତ ବୋଲିବେ ବ୍ରାଭୋ । ଆଉ ଏକଥା ଅନୁଭବ ନିଜେ କହିଛନ୍ତି ।

ଭୂଷଣ କୁମାରଙ୍କ ସହ ମିଳିତ ପ୍ରଯୋଜନାରେ ଅନୁଭବ ଏକ ଫିଲ୍ମ କରୁଛନ୍ତି । ଆଉ ଏହି ଫିଲ୍ମର ଏକ ଗୀତ ପାଇଁ ବ୍ରାଭୋଙ୍କୁ ସାଇନ୍ କରିଛନ୍ତି ଅନୁଭବ । ଗୀତକୁ କମ୍ପୋଜ କରିଛନ୍ତି ଅଙ୍କିତ୍ ତିୱାରୀ ଯାହାର ମୁଖଡା ରହିଛି ‘ଜଗର୍ ବମ୍ବ୍’ । ଏହା ପୂର୍ବରୁ ଅନୁଭବଙ୍କ ଫିଲ୍ମ ରା – ୱନରେ ଆମେରିକାନ୍ ସିଙ୍ଗର ଏକନ୍ ଗୀତ ବୋଲି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ । ତେବେ କ୍ରିକେଟର ଏହି ବାଦଶାହାଙ୍କ ଗୀତ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଫିଲ୍ମ ରିଲିଜ ହେବା ପରେ ଜଣା ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe