କନକ ବ୍ୟୁରୋ: ନିର୍ମାଣ ଚାଲିଥିବା ଗ୍ରାଫିକ୍ ଉପନ୍ୟାସ ‘ଅଥର୍ବ ,ଦି ଅରିଜିନ୍’ର ପ୍ରଥମ ପୋଷ୍ଟର ପ୍ରକାଶ ପାଇଛି । ଏହାକୁ  ତାଙ୍କ ପ୍ରଶଂସକଙ୍କ ସମ୍ମୁଖକୁ ଆଣିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ବୁଧବାର ଫେସବୁକ ଜାରିଅରେ ଧୋନି ଏହି ପୋଷ୍ଟର ଜାରି କରିଛନ୍ତି ।

Advertisment

ଏହି ଗ୍ରାଫିକ୍ସ ଉପନ୍ୟାସରେ ନିଜେ ଧୋନି ଜଣେ ସୁପର ହିରୋ ଓ ଲଢୁଆ ସେନାପତି ଭାବେ ନଜର ଆସିବେ । ଧୋନିିଙ୍କ ଏହି ନୂଆ ଅବତାର ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଜାରି କରାଯାଇଥିବା ଏହି ପୋଷ୍ଟରରେ ଧୋନିଙ୍କୁ ଜଣେ ଯୋଦ୍ଧା ଭାବେ ଦେଖିବାକୁ ମିଳିଛି । ଆନିମଟେଡ୍ ପୋଷ୍ଟରରେ ଧୋନି ଶୀର୍ଷକ ଭୂମିକା ଅଥର୍ବ ନିର୍ବାହ କରୁଛନ୍ତି  ।ଧୋନିଙ୍କୁ ଏକ ରାକ୍ଷାସ ସେନା ବିରୋଧରେ ଏକା ଲଢିବା ଦେଖିବାକୁ ମିଳିଛି । ଏହି ଗ୍ରାଫିକ ଉପନ୍ୟାସ ରମେ ତାମିଲମାନଙ୍କ ଦ୍ୱାରା ଲୋଯାଇଛି । ବିଭିନ୍ନ ସ୍ଥିର ଚିତ୍ର ଦ୍ୱାରା ଏହି ଗ୍ରାଫିକ୍ ଉପନ୍ୟାସ ପ୍ରସ୍ତୁତ ହୋଇଛି । ‘ଅଥର୍ବ, ଦି ଆଜିନ୍’ ଏକ ଚଳଚ୍ଚିତ୍ର ହୋଇନଥିଲେ ବି ଦର୍ଶକମାନଙ୍କ ଦ୍ୱାରା ଏହା ବେଶ୍ ଆଦୃତ ହେବ ବୋଲି ଅନୁମାନ କରାଯାଉଛି । ଚଳିତବର୍ଷ ଏହାର ନିର୍ମାଣ ସମ୍ପୂୁର୍ଣ୍ଣ ହେବ । ଦେଶର ନାମୀ ଚିତ୍ରକରମାନେ ଏହି ଗ୍ରାଫିକ୍ ଉପନ୍ୟାସ ପାଇଁ କାମ କରିଛନ୍ତି ।