ଆରପାରିରେ ଜାତୀୟ କ୍ରିକେଟର ଭୁବନେଶ୍ୱର କୁମାରଙ୍କ ପିତା । ଦୀର୍ଘ ଦିନର ଅସୁସ୍ଥତା ପରେ ନିଜ ବାସଭବନରେ ନିଧନ

309

କନକ ବ୍ୟୁରୋ : ଭାରତୀୟ ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ପିତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱର କୁମାର କିଛିଦିନ ହେବ ଘରେ ରହି ତାଙ୍କ ପିତାଙ୍କର ସେବା କରୁଥିଲେ । ତାଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟ ଖେଳି ଯାଇଛି ।

କହିରଖୁ କି ସେ ଅସୁସ୍ଥ ଯୋଗୁଁ ଦିଲ୍ଲୀର ଏମ୍ସରେ ଚିକିତ୍ସତ ହୋଇ କିଛିଦିନ ହେବ ଘରକୁ ଫେରିଥିଲେ । ଗଙ୍ଗାନଗର ସି ମାର୍କେଟ ଘରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ସୂଚନା ଥାଉକି ଭୁବନେଶ୍ୱର କୁମାରଙ୍କ ପିତା ପୋଲିସ ବିଭାଗରେ ଚାକିରୀ କରୁଥିଲେ । ଅସୁସ୍ଥତା ଯୋଗୁଁ ସେ ଇଚ୍ଛାକୃତ ଅବସର ନେଇଥିଲେ । ସେ ଚାକିରୀ କାଳରେ ମେରଠ ଓ ମୁଜାଫରନଗରରେ କାମ କରୁଥିଲେ । କୁହାଯାଉଛି କି ବୁଲନ୍ଦ ସହରର ମୂଳ ବାସିନ୍ଦା । ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ସୂଚନା ମୁତାବକ ଜକୃତ ରୋଗରେ ଗମ୍ଭୀର ଭାବେ ପିଡୀତ ହେବା ପରେ ତାଙ୍କର ଚିକିତ୍ସା କରାଯାଉଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମେଡିକାଲରୁ ଘରକୁ ଅଣାଯାଇଥିଲା ।

ଭୁବନେଶ୍ୱର କୁମାରଙ୍କ ପିତା କିରନପାଲଙ୍କର ଚିକିତ୍ସା ଇଂଲଣ୍ଡର ଜଣେ ଡାକ୍ତରଙ୍କ ପରାମର୍ଶରେ କରାଯାଉଥିଲା । କହିରଖୁ କି ଏତେ ଗମ୍ଭୀର ରୋଗରେ ପିଡୀତ ଥାଇ ବି ସେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ଭୁବନେଶ୍ୱର କୁମାରଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ଅପିଲ କରିଥିଲେ । ଭୁବନେଶ୍ୱର କୁମାର ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ନିର୍ବାଚିତ ହେବା ପରେ ସେ ବହୁତ ଖୁସି ହୋଇଥିଲେ ।