କନକ ବ୍ୟୁରୋ : ପୁଣିଥରେ କରାଳ ରୂପ ଦେଖାଇଲା ପ୍ରକୃତି । ୧୯୯୯ ମସିହା ମହାବାତ୍ୟା ଭଳି ରଚିଲା ପ୍ରଳୟ । ଛାରଖାର କରିଦେଲା ଅଧା ଓଡିଶା । ମାତ୍ର କିଛି ଘଣ୍ଟା ମଧ୍ୟରେ ଫୋନି ରାଜ୍ୟବାସୀଙ୍କ ମନରେ ଯେଉଁ ଛାପ ଛାଡିଗଲା ତାହାକୁ ଭୁଲିବା କଷ୍ଟକର । ଫୋନି ସ୍ଥଳଭାଗକୁ ଆସିବାର କିଛି ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଚିତ୍ର ବଦଳାଇ ଦେଇଥିଲା । ପବନର ବେଗ ଆଗରେ ହାର ମାନିଥିଲା ଅଧା ଓଡିଶା । ଖାସକରି ପର୍ଯ୍ୟଟନ କ୍ଷେତ୍ର ପୂରୀ ଓ ସ୍ମାର୍ଟସିଟି ଭୁବନେଶ୍ୱରରେ ଫୋନି ଏମିତି ତାଣ୍ଡବ ରଚିଥିଲା ଯେ ତାକୁ ପୁଣିଥରେ ଗଢି ତୋଳିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସବୁଜ ବଳୟ ମଧ୍ୟରେ ଥିବା ସ୍ମାର୍ଟସିଟି ନିଜର ସୌନ୍ଦଯ୍ୟ ହରାଇଛି । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି ।
ଫୋନି ଯେଉଁ ତାଣ୍ଡବ ରଚିଛି ସେଥିରେ କେତେ କ୍ଷତି ହୋଇଛି ତାହାର ଆକଳନ କରିବା ଏବେ କଷ୍ଟକର ହୋଇପଡିଛି । ବାତ୍ୟା ଫୋନି ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ରାଜ୍ୟବାସୀଙ୍କ ହାତକୁ ଟାଣ କରିବାକୁ ଆଗେଇ ଆସିଛନ୍ତି ଦେଶର କିଛି ନାମୀଦାମୀ ଲୋକ । ଓଡିଶାର ଏହି ମହାଦୁର୍ଦ୍ଦିନ ବେଳେ ସମବେଦନା ଜଣାଇଛନ୍ତି ଦେଶର କେତେକ ଲୋକପ୍ରିୟ ସେଲିବ୍ରିଟି ।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ, ହରଭଜନ ସିଂ ପ୍ରମୁଖ ଟ୍ଵିଟ କରି ଓଡିଶା ବାସୀଙ୍କ ନିରାପଦ କାମନା କରିଛନ୍ତି । ସେହିଭଳି ବଲିଉଡ କଳାକାର ମାନେ ମଧ୍ୟ ଓଡିଶାବାସୀଙ୍କ ନିରାପଦ କାମନା କରିବା ସହ ମହାପ୍ରଭୁ ଜଗନ୍ନାଥ ଓଡିଶାବାସୀଙ୍କୁ ଏଭଳି ପରିସ୍ଥିତି ସହ ଲଢେଇ କରିବାକୁ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି । ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ ଓ ଟେରେନ୍ସ ଲୁଇସ ମଧ୍ୟ ରାଜ୍ୟବାସୀଙ୍କ ନିରାପଦ କାମନା କରି ଟ୍ୱିଟ୍ କରିଛନ୍ତି ।
କିଏ କଣ କହିଛନ୍ତି ଦେଖନ୍ତୁ ।
ବିରାଟ କୋହଲି
Praying for everyone affected by #CycloneFani. Stay safe #Odisha
— Virat Kohli (@imVkohli) May 3, 2019
ରୋହିତ ଶର୍ମା
ବିରେନ୍ଦ୍ର ସେହୱାଗ
Prayers for everyone’s safety. May we have the strength to endure this. Jai Jagannnath 🙏🏼 #CycloneFanipic.twitter.com/QNedFWs6fV
— Virender Sehwag (@virendersehwag) May 3, 2019
ହରଭଜନ ସିଂ
Prayers for all 🙏🙏 #CycloneFanihttps://t.co/hHxazQtXsT
— Harbhajan Turbanator (@harbhajan_singh) May 3, 2019
ରିତେଶ ଦେଶମୁଖ
Prayers for the safety of everyone in the area that could be affected by #CycloneFani 🙏🏽 Stay safe & keep the emergency numbers handy. #GodBless
— Riteish Deshmukh (@Riteishd) May 3, 2019
ଅଭିଷେକ ବଚ୍ଚନ
Prayers for all in the path of #CycloneFani.
Stay safe. 🙏— Abhishek Bachchan (@juniorbachchan) May 3, 2019
ଟେରେନ୍ସ ଲୁଇସ
Hey Folks, #Odisha has been battered by #CycloneFani. The state witnessed a huge damage to the property & infrastructure & needs our help in anyway possible. Please donate to Cheif Minister’s relief fund - https://t.co/1npKQzPrMA#StandWithOdishapic.twitter.com/cYDr1oXvV8
— TERENCE LEWIS (@terencehere) May 4, 2019