କ୍ରିକେଟରୁ ଅବସର ନେଲେ ଅମ୍ବାତି । ବିଶ୍ୱକପରେ ସ୍ଥାନ ନମିଳିବାରୁ କ୍ରିକେଟ୍ ଦୁନିଆକୁ କଲେ ବାଏ ବାଏ ।

Advertisment
କ୍ରିକେଟରୁ ଅବସର ନେଲେ ଅମ୍ବାତି । ବିଶ୍ୱକପରେ ସ୍ଥାନ ନମିଳିବାରୁ କ୍ରିକେଟ୍ ଦୁନିଆକୁ କଲେ ବାଏ ବାଏ ।

କନକ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କଲେ ଭାରତୀୟ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ । ସୂଚନା ମୁତାବକ ଚଳିତ ବିଶ୍ୱକପରେ ଭାରତୀୟ ଟିମରେ ସ୍ଥାନ ନମିଳିବାରୁ ଅମ୍ବାତି କ୍ରିକେଟ୍ ଜଗତରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୩୩ ବର୍ଷୀୟ ଅମ୍ବାତି ରାୟଡୁ ୨୦୧୩ରେ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଏବଂ ୫୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୪୭.୦୫ ଆଭରେଜରେ ୧୬୯୪ ରନ୍ ହାସଲ କରିଛନ୍ତି । ଯେଉଁଥିରେ ୩ଟି ଶତକ ସହ ୧୦ଟି ଅର୍ଦ୍ଦଶତକ ମଧ୍ୟ ସାମିଲ ରହିଛି ।

ଏହାସହ ୬ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଅମ୍ବାତି ରାୟଡୁ ୨୦୧୯ ମାର୍ଚ ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଚଳିତ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ନେଇ ପୂର୍ବରୁ ପ୍ରଥମଶ୍ରେଣୀ କ୍ରିିକେଟରୁ ଅବସର ନେଇଥିଲେ ଅମ୍ବାତି । ହେଲେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ପରେ ଅମ୍ବାତିଙ୍କୁ ରିଜର୍ଭ ଖେଳଳୀଭାବେ ରଖିଥିଲା ଦଳ । ହେଲେ ଶିଖର ଧୱନଙ୍କ ଆହତ ପରେ ଦଳ ଋଷଭ ପଂଥଙ୍କୁ ଚୟନ କରିଥିଲେ । ସେହିଭଳି ଅଲରାଉଣ୍ଡର ବିଜୟ ଶଙ୍କର ମଧ୍ୟ ଆହତ ହେବା ପରେ ବିଶ୍ୱକପରୁ ବାଦ୍ ପଡ଼ିଥିଲେ । କିନ୍ତୁ ତାଙ୍କ ସ୍ଥାନରେ ରାୟଡୁଙ୍କୁ ନନେେଇ ମୟଙ୍କ ଅଗ୍ରୱାଲଙ୍କୁ ଚୟନ କରିଛନ୍ତି । ତେଣୁ ଦଳ ତାଙ୍କୁ ଚୟନ କରିନଥିବା ନେଇ ଖପ୍ପା ଥିଲେ ରାୟଡୁ ।

ରାୟଡୁ ରିଜର୍ଭ ଖେଳାଳୀଭାବେ ଦଳରେ ଥିଲେ ସୁଦ୍ଧା ତାଙ୍କୁ କାହିଁକି ସୁଯୋଗ ନମିଳିଲା ସେନେଇ କ୍ରିକେଟ୍ ଫ୍ୟାନ୍ସମାନେ ଏବେ ସୋସିଆଲ ମିଡ଼ିଆରେ ପ୍ରଶ୍ନକ କରିବାରେ ଲାଗିପଡ଼ିଛନ୍ତି । ଚଳିତ ଆଇପିଏଲରେ ଅମ୍ବାତିଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଭଲ ରହିଥିଲା । ଚେନ୍ନାଇ ସୁପରକିଂଗ୍ସ ଦଳରେ ଅମ୍ବାତି ନିଜର ଭଲ ପ୍ରଦର୍ଶନ ବଜାୟ ରଖିଥିଲେ । ଯେଉଁଥି ପାଇଁ ଚଳିତ ବିଶ୍ୱକପ୍ ରେ ରିଜର୍ଭ ଖେଳାଳୀଭାବେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରଖିଥିଲେ ମଧ୍ୟ ତାଙ୍କୁ ଚୟନ ନକରି ମୟଙ୍କ ଅଗ୍ରୱାଲଙ୍କୁ ଚୟନ କରିବା ହୁଏତ ଅମ୍ବାତିଙ୍କୁ ଆଘାତ କରିଛି ତେଣୁ ସେ ସମସ୍ତ କ୍ରିକେଟରୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe