୩ ଉଭଣୀ ଭଲିବଲ ଖେଳାଳି, ଭାଇ କ୍ରିକେଟର: ଏବେ ହୋଇପାରନ୍ତି ସଫଳ ଅଧିନାୟକ
କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚି ସାରିଛି ନ୍ୟୁଜିଲାଣ୍ଡ ଦଳ । ଚାମ୍ପିୟନ ହେବାକୁ ଆଉ ଗୋଟିଏ ପାଦ ଦୂରରେ ରହିଛି ବ୍ଲାକ କ୍ୟାପ ଟିମ୍ । ଆଉ ନିଜ ଉନ୍ନତ ମାନର କ୍ୟାପଟେନସିପ ପାଇଁ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି କେନ ୱିଲିୟମସନ । କାରଣ ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ବେଶ ସଫଳତା ହାସଲ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଜ ଅଧିନାୟକତ୍ୱ ସମୟରେ ନ୍ୟୁଜିଲାଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଟାଇଟଲ ଦେଇଥିଲେ ୱିଲିୟମସନ । ସେହିପରି ୨୦୧୯ରେ ଦଳ ବିଶ୍ୱକପ ଜିତି ପାରିନଥିଲେ ମଧ୍ୟ ରନର୍ସଅପ ହୋଇଥିଲା । ଏଥର ଟି-୨୦ ବିଶ୍ୱକପରେ ମଧ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରି ସାରିଛି ।
ତେବେ ଆସନ୍ତୁ ଜାଣିବା ନ୍ୟୁଜିଲାଣ୍ଡକୁ ଏତେ ସଫଳ କରାଇଥିବା କେନ ୱିଲିୟମସନଙ୍କ ବିଷୟରେ । ୱିଲିୟମସନଙ୍କ ୩ ଜଣ ବଡ ଭଉଣୀ ଅଛନ୍ତି । ଆଉ ସେମାନେ ହେଉଛନ୍ତି ଭଲିବଲ ଖେଳାଳି । ଏହାପରେ କ୍ରିକେଟକୁ ନିଜ କ୍ୟାରିୟର ଭାବେ ବାଛିଥିଲେ ୱିଲିୟମସନ ।
ନ୍ୟୁଜିଲାଣ୍ଡ ଏବେ ଯାଏଁ ଆଇସିସିର ୨ଟି ଟାଇଟଲ ହାସଲ କରିଛି । ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଜିତିଛି । ଆଉ ଏହା ମଧ୍ୟରୁ ଟେଷ୍ଟ ଚାମ୍ପିୟନସିପ ୱିଲିୟମସନଙ୍କ ଅଧିନାୟକତ୍ୱରେ ଜିତିଥିଲା ନ୍ୟୁଜିଲାଣ୍ଡ । ଯଦି ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୁଏ ତେବେ ନ୍ୟୁଜିଲାଣ୍ଡର ପ୍ରଥମ ଅଧିନାୟକ ଭାବେ ୱିଲିୟମସନ ୨ଟି ଆଇସିସି ଟ୍ରଫି ହାସଲ କରିବେ ।