କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ବଡ ମହାକୁମ୍ଭ ବିଶ୍ୱକପ କ୍ରିକେଟ । ଦେଢମାସ ଧରି ଚାଲିବାକୁ ଥିବା ଏହି ଇଭେଂଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ଦକ୍ଷଣି ଆଫ୍ରିକାକୁ ଭେଟିବ । ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ଆରମ୍ଭ ହେବ ମ୍ୟାଚ । ଉଭୟ ଦଳ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସନ୍ତୁଳିତ ଟିମ । ଆଜି ଯାଏଁ ବିଶ୍ୱକପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୬ଥର ଭେଟିଛନ୍ତି । ଉଭୟ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ଆଜି କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି । ୨୦୧୫ ବିଶ୍ୱକପରେ ପ୍ରଥମ ରାଉଣ୍ଡରୁ ହିଁ ଇଂଲଣ୍ଡ ବିଦାୟ ନେଇଥିଲା । ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି ।
ସୂଚନାଯୋଗ୍ୟ, ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବକପର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍ ମହାକୁମ୍ଭ ପାଇଁ ରଣଭୂମି ପ୍ରସ୍ତୁତ ଥିଲାବେଳେ ୧୦ ଅଂଶ ଗ୍ରହଣକାରୀ ଦଳ ମଇଦାନକୁ ଓହ୍ଲାଇବାକୁ ବ୍ୟଗ୍ର। ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଏଥିରେ ମୁହାଁମୁହିଁ ହେବେ। ଅନ୍ୟତମ ଦାବିଦାର ତଥା ସବୁଠାରୁ ଲୋକପ୍ରିୟ ଦଳ ଭାରତ ଜୁନ୍ ୫ ତାରିଖରୁ ଅଭିଯାନ ଆରମ୍ଭ କରିବ। ବିଶ୍ବକପ୍ ଇଂଲଣ୍ଡର ୧୧ ଷ୍ଟାଡିୟମରେ ଖେଳାଯିବ। ମେଗା ଫାଇନାଲ୍ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। ପ୍ରତିଦ୍ୱନ୍ଦ୍ବିତା ପର୍ବ ଆରମ୍ଭ ହେବାର ଦିନକ ପୂର୍ବରୁ ବୁଧବାର ରାତିରେ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/icccricketworldcup19-post.jpg)
/kanak/media/post_attachments/wp-content/uploads/2019/05/474429_7814309_World-Cup-2019-Schedule_updates-300x171.jpg)