ଫିଲ୍ମରେ ଅଭିନୟ କରିବେ ବିରାଟ୍ କୋହଲି ! ଦ୍ୱନ୍ଦରେ ଫ୍ୟାନ ।

51

ନିକଟରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ, ଟି-୨୦ ଓ ଟେଷ୍ଟ ଶୃଙ୍ଖଳା ସରିବା ପରେ ଅଧିନାୟକ ବିରାଟ କୋହଲି ଏସିଆ କପରୁ ବିଶ୍ରାମ ନେଇଛନ୍ତି । ତାଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ କାହିଁକି କ୍ୟାପଟେନ କୋହଲି ବିଶାର୍ମ ନେଲେ ସେନେଇ କ୍ରିଡା ମହଲ ଏବଂ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ବିରାଟଙ୍କୁ ନେଇ ଏକ ରୋଚକ ତଥ୍ୟ ସମ୍ନାକୁ ଆସିଛି ।

ସୂଚନା ମୁତାବକ, ଭାରତୀୟ କ୍ରିକେଟ ଟିମର ଅଧିନାୟକ କୋହଲି ଏବେ ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି । ଏକଥା ଆମେ ନୁହେଁ ଏକଥା ଖୋଦ ବିରାଟଙ୍କ ଟ୍ୱିଟ ବଖାଣିଛି । ବିରାଟ ଟ୍ୱିଟ ଜରିଆରେ ତାଙ୍କର ଏକ ନୂଆ ପ୍ରୋଜେକ୍ଟ ବିଷୟରେ ବିବରଣି ପ୍ରଦାନ କରିଛନ୍ତି ଏବଂ ସେ ଏହି ପ୍ରୋଜେକ୍ଟରେ କ୍ୟାପସନ ଦେଇଛନ୍ତି “ଟ୍ରେଲର ଦ ମୁଭି” । ତେବେ ବିରାଟଙ୍କ ଏହି ଟ୍ୱିଟ କିଛି ମାତ୍ରାରେ ପ୍ରଶଂସକ ମଧ୍ୟରେ ସସ୍ପେନ୍ସ ଖେଳାଇଛି । କାରଣ ଟ୍ୱିଟରେ ବିରାଟ ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ଯାହା ଏହି ଫିଲ୍ମର ସର୍ଟ ଭର୍ସନ ହୋଇପାରେ କିମ୍ବା ଫୁଲ ମୁଭି ମଧ୍ୟ ହୋଇପାରେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ସବୁଠାରୁ ବଡ କଥା ହେଉଛି ଆଗକୁ ଥିବା କ୍ରିକେଟ ମହାକୁମ୍ଭ ବିଶ୍ୱକପ୍ ପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ବିରାଟଙ୍କ ଏହି ଟ୍ୱିଟ କ୍ରିଡା ସମିକ୍ଷକ, କ୍ରିଡା ମହଲ ଓ ଦର୍ଶକମାନଙ୍କ ପାଇଁ ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।