ଫୋର୍ବସ୍ ଦୁନିଆରେ ବିଶ୍ୱର ୧୦୦ ଧନୀ ଖେଳାଳୀଙ୍କ ନାଁ ଥିବା ତାଲିକା ଜାରୀ କରାଯାଇଛି । ଏହି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲିଙ୍କୁ ୨୦୧୯ ରେ ବିଶ୍ୱରେ ଅଧିକ ରୋଜଗାର କରୁଥିବା ଖେଳାଳୀଙ୍କ ସ୍ଥାନ ମିଳିଛି । ୱାନଡେ ଏବଂ ଟେଷ୍ଟ୍ ମ୍ୟାଚରେ ନଂ ୧ ବ୍ୟାଟସମ୍ୟାନ୍ ଥିବା କୋହଲି ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବିରାଟଙ୍କୁ ଏହି ତାଲିକାରେ ୧୦୦ ନମ୍ବର ର୍ୟାଙ୍କରେ ସ୍ଥାନ ମିଳିଛି । ପ୍ରଥମ ଭାରତୀୟ ସହିତ ସେ ଏକମାତ୍ର କ୍ରିକେଟର ଯାହାଙ୍କୁ ଏହି ଲିଷ୍ଟରେ ସ୍ଥାନ ମିଳିଛି । ଏଥିରେ ତାଙ୍କ ଦରମା ଛଡା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ୍ ରୁ ମିଳୁଥିବା ଟଙ୍କା ମଧ୍ୟ ସାମିଲ ରହିଛି ।
ଫୋର୍ବସ୍ ତାଲିକା ଅନୁସାରେ , କୋହଲିଙ୍କୁ ଗୋଟିଏ ବିଜ୍ଞାପନରେ ୨.୧ କୋଟି ଡଲାର ଅର୍ଥାତ୍ ଦେଢଶହ କୋଟି ମିଳୁଥିବା ବେଳେ ବେତନ ଏବଂ ବିଜୟରୁ ମୋଟ ୨୮ କୋଟି ଟଙ୍କା (୪୦ ଲକ୍ଷ ଡଲାର) ରୋଜଗାର କରିଥାନ୍ତି । ଗତ ୧୨ ମାସରେ ତାଙ୍କର ମୋଟ ରୋଜଗାର ୧.୪୫ ଶହ କୋଟି ଟଙ୍କା ହୋଇଛି ।ଗତବର୍ଷ କୋହଲି ଏହି ସୂଚୀରେ ୮୩ ସ୍ଥାନରେ ଥିଲେ । କିନ୍ତୁ ଚଳିତ ବର୍ଷ ସେ ୧୦୦ ତମ ସ୍ଥାନରେ ରହିଛନ୍ତି । ବିଜ୍ଞାପନରେ ତାଙ୍କର ରୋଜଗାର ୧୦ ଲକ୍ଷ ଡଲାର ଅଧିକ ହୋଇଛି । ଫୋର୍ବସ୍ ରେ ୧ ନମ୍ବରରେ ରହିଛନ୍ତି ବାର୍ସିଲୋନା ଏବଂ ଆର୍ଜେଣ୍ଟିନାର ଫୁଟବଲ୍ ଷ୍ଟାର୍ ଲିୟୋନଲ୍ ମେସି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ୟୁବେଣ୍ଟସ୍ ଷ୍ଟାର ଷ୍ଟ୍ରାଇକର୍ କ୍ରିଷ୍ଟିୟାନୋ ରୋନାଲ୍ଡୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/K.jpg)
/kanak/media/post_attachments/wp-content/uploads/2019/06/Dw8iCrdX4AMB5Wn-300x175.jpg)