ନିଦହାସ ଟ୍ରଫିର ହିରୋ ଦିନେଶ କାର୍ତ୍ତିକ । ଭାରତକୁ ଦେଇଥିଲେ ଚମତ୍କାର ବିଜୟ । ଏହାସହ ସମାଲୋଚନାରୁ ବଞ୍ଚାଇଥିଲେ ରୋହିତ ଶର୍ମାଙ୍କୁ । ଜାଣନ୍ତୁ କେମିତି? 

୨୦୧୮ ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ

720

କନକ ବ୍ୟୁରୋ: ୨୦୧୮ ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ । ଏହା ଏଭଳି ଏକ ମ୍ୟାଚ ଯାହାକୁ କେବେ ବି ଭୁଲି ପାରିବେନି ଲୋକେ । ଏହି ମ୍ୟାଚର ହିରୋ ଥିଲେ ଦିନେଶ କାର୍ତ୍ତିକ । କାର୍ତ୍ତିକ ଏହି ମ୍ୟାଚରେ ଏକ ଅବିଶ୍ୱସନୀୟ ପାଳି ଖେଳିଥିଲେ । ଫଳରେ ଏହି ମ୍ୟାଚରେ ବାଂଲାଦେଶକୁ ଚିତପତାଙ୍ଗ କରିଦେଇଥିଲା ଟିମ ଇଣ୍ଡିଆ । ଶେଷ ମୂର୍ତ୍ତରେ ଆସି କାର୍ତ୍ତିକ ଭାରତକୁ ଯେଉଁ ବିଜୟ ଦେଇଥିଲେ ତାହା ଥିଲା ଖୁବ ରୋମାଞ୍ଚକର । ତେବେ ଏହି ମ୍ୟାଚ ପଛରେ ମଧ୍ୟ ରହିଛି ଆଉ ଏକ କାହାଣୀ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କୁ ସମାଲୋଚନାର ଶିକାର ହେବାରୁ ବଞ୍ଚାଇ ଦେଇଥିଲେ ।ର୍ତ୍ତିକ । ଆସନ୍ତୁ ଜାଣିବା କେମିତି ?

ଶ୍ରୀଲଙ୍କରେ ଚାଲି ଥାଏ ୨୦୧୮ ନିଦହାସ ଟ୍ରଫି । ଏହି ଟ୍ରଫିର ଫାଇନାଲ ମ୍ୟାଚ ଖେଳୁଥାନ୍ତି ଭାରତ ଓ ବାଂଲାଦେଶ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ପ୍ରଥମେ ବ୍ୟାଟିଂ ଆସିଥିଲା ବାଂଲାଦେଶ । ବାଂଲାଦେଶ ପକ୍ଷରୁ ସବିର ରହମାନ ଚମତ୍କାର ବ୍ୟାଟିଂ କରିଥିଲେ । ୫୦ ବଲରୁ ସବିର ୭ଟି ଚୌକା ଓ ୪ଟି ଚୌକା ବଳରେ ୭୭ ରନ କରିଥିଲେ । ହେଲେ ଅନ୍ୟ କେହି ବି ଭଲ ପ୍ରଦର୍ଶନ କରିପାରିନଥିଲେ । ଫଳରେ ବାଂଲାଦେଶ ୨୦ ଓଭରରେ ୧୬୬ ରନ କରିଥିଲା ।

ଏତେ କମ ରନରେ ବି ବାଂଲାଦେଶ ଭାରତର ନିଦ ହଜାଇ ଦେଇଥିଲା । ବାଂଲାଦେଶ ବୋଲରମାନେ ଏହି ମ୍ୟାଚକୁ ଶେଷ ଯାଏଁ ନେଇଯାଇଥିଲେ । ସମସ୍ତେ ଭାବିନେଇଥିଲେ ଏହି ମ୍ୟାଚରେ ବାଂଲାଦେଶ ହିଁ ଜିତିବ । ମ୍ୟାଚକୁ ନେଇ ବାଂଲାଦେଶ ଖେଳାଳିମାନେ ଅଧିକ ଉତ୍ସାହିତ ହୋଇଯାଇଥିଲେ । ଏହି ମ୍ୟାଚ ଏଭଳି ପରିସ୍ଥିତିରେ ପହଞ୍ଚିଥିଲା ଯେ କିଛି ସମୟ ପାଇଁ ସମସ୍ତଙ୍କ ହାର୍ଟ ବିଟ ଅଟକି ଯାଇଥିଲା । 

୧୬୭ ରନର ଟାର୍ଗେଟ ନେଇ ଭାରତ ମୈଦାନକୁ ଓହ୍ଲାଇଥିଲା । ରୋହିତ ଶର୍ମା ଏହି ମ୍ୟାଚରେ ୫୬ ରନର ପାଳି ଖେଳି ପାଭିଲିୟନ ଫେରିଯାଇଥିଲେ । ଏହାପରେ କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ମାତ୍ର ୨ ଓଭରରେ ଭାରତକୁ ଦରକାର ଥାଏ ୩୪ ରନ । ଏହି ସମୟରେ ଆସିଥିଲେ ଦିନେଶ କାର୍ତ୍ତିକ ଆଉ ଦିନେଶ ମାତ୍ର ୮ଟି ବଲରେ ୨ଟି ଚୌକା ଓ ୩ଟି ଛକା ବଳରେ ୨୯ ରନ କରି ଭାରତକୁ ବିଜୟୀ କରାଇଥିଲେ । ଯଦି ଦିନେଶ ଏହି ମ୍ୟାଚରେ ୪ ନମ୍ବରରେ ଆସିଥାନ୍ତେ ତେବେ ଭାରତକୁ ଏହି ମ୍ୟାଚ ଜିତିବାକୁ ଏତେ ସଂଘର୍ଷ କରିବାକୁ ପଡିନଥାନ୍ତା । ଏହି ମ୍ୟାଚରେ ଦିନେଶଙ୍କ ବଦଳରେ ୪ ନମ୍ବରରେ ବିଜୟ ଶଙ୍କରଙ୍କୁ ଛାଡିଥିଲେ ଅଧିନାୟକ ରୋହିତ ଶର୍ମା । ଯଦି ଏହି ମ୍ୟାଚରେ ଭାରତ ପରାଜିତ ହୋଇଥାନ୍ତା ତେବେ ଏହି ନିଷ୍ପତ୍ତି ପାଇଁ ରୋହିତଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥାନ୍ତା । ହେଲେ ଦିନେଶ କାର୍ତ୍ତିକ ଏଭଳି କରିବାକୁ ଦେଇନଥିଲେ । 

ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଦିନେଶ କାର୍ତ୍ତିକ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାରଣ ଆଗକୁ ଥାଏ ୨୦୧୯ ବିଶ୍ୱକପ । ଶେଷରେ ୨୦୧୯ ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଦିନେଶ । ୨୦୦୮ ପରେ ୨୦୧୮ରେ ଦିନେଶଙ୍କ ଏଭଳି କମବ୍ୟାକ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଥିଲା ।