ଭାରତୀୟ କ୍ରିକେଟ ଟିମରେ ୧୫ ବର୍ଷର ଯାତ୍ରା ପୂରଣ କରିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ପ୍ରଥମେ ୨୦୦୪ ମସିହା ଡିସେମ୍ବର ୨୩ ରେ ଭାରତୀୟ କ୍ରିକେଟ ଟିମରେ ନୂଆ କରି ପାଦ ରଖିଥିଲେ ଧୋନୀ । ସେ ମ୍ୟାଚଟି ବାଙ୍ଗଲାଦେଶ ବିପକ୍ଷରେ ଥିଲା । ଆଜି ତାଙ୍କର ଏହି ଯାତ୍ରାକୁ ୧୫ ବର୍ଷ ପୁରିଛି । ଟ୍ୱିଟରରେ ଏହି ଅବସରରେ #15YearofDhonism ଟ୍ରେଣ୍ଡ ଚାଲିଛି । କ୍ୟାପଟେନ୍ କୁଲ୍ , ମାହି ନାମରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଛାପ ଛାଡିଥିବା ଧୋନୀ ଭାରତୀୟ କ୍ରିକେଟ ଟିମରେ ପରିଚୟ ସୃଷ୍ଟି କରିବା ମଧ୍ୟରେ ଭାରତ ପାଇଁ ଆଣିଛନ୍ତି ଅନେକ ସୁନାମ । publive-image

Advertisment

ତାଙ୍କ ଖେଳିବାର ଅନ୍ଦାଜ ଓ ଭାରତୀୟ କ୍ରିକେଟ ଟିମରେ ଅଧିନାୟକର ଭୂମିକା ଅତୁଳନୀୟ । ୨୦୦୪ ମସିହାରେ ହୋଇଥିବା ମ୍ୟାଚରେ ଧୋନୀ ଖେଳିବାକୁ ୭ ନମ୍ବର ସ୍ଥାନରେ ପଡିଆକୁ ଓହ୍ଲାଇଥିଲେ । ପ୍ରଥମ ଓଭରରେ ସେ ରନ ଆୱାଟ ହୋଇଯାଇଥିଲେ । ସେ ଦିନ ହାରିଯାଇଥିଲେ ବି କ୍ରିକେଟର ଇତିହାସରେ ସେ ଅଧିନାୟକ ଭାବେ ସ୍ଥାନ ପାଇ ସାରିଛନ୍ତି । ସେ ଆଇସିସିର ତିନୋଟି ଟ୍ରଫି, ୨୦୦୭ ଟି-୨୦ରେ ବିଶ୍ୱକପ, ୨୦୧୧ରେ ଦିନିକିଆରେ ବିଶ୍ୱକପ୍ ଓ ୨୦୧୪ରେ ଚାମ୍ପିୟନ ଟ୍ରଫି ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।