କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଆଇସିସି ଟି୨୦ ବିଶ୍ୱକପ ପାଇଁ ୬ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । ଅକ୍ଟୋବର ୧୬ରୁ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବାକୁ ଯାଉଛି । ଅକ୍ଟୋବର ୨୨ରୁ ମୁଖ୍ୟ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ୭ଟି ସହରରେ ଖେଳାଯାଉଥିବା ଏହି ମ୍ୟାଚକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି । ପ୍ରଥମ ମ୍ୟାଚ ଗତବର୍ଷର ଚାମ୍ପିଅନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।
ତେବେ ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଉପଲବ୍ଧ ଟିକେଟ ମଧ୍ୟରୁ ୧୦ ମିନିଟରେ ୯୦ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁଥିବା ଏହି ମ୍ୟାଚ ପାଇଁ ଉଭୟ ଦେଶର ଦର୍ଶକ ବେସ ଉତ୍ସାହିତ ରହିଛନ୍ତି ।
Follow Us