ଅନ୍ତରାଷ୍ଟ୍ରୀୟ ୱାନଡେ କ୍ରିକେଟ୍ ମ୍ୟାଚରୁ ସନ୍ନ୍ୟାସ ନେଲେ ଏହି ପାକ୍ ଖେଳାଳୀ ! ଅବସର ବେଳେ ଏଭଳି ଭାବରେ ସମ୍ନାନ ଦେଲେ ସାଥି ଖେଳାଳୀ

498

ପାକିସ୍ତାନର ବେଟରନ୍ ରେ କ୍ରିକେଟର୍ ତଥା ପୂର୍ବ ଅଧିନାୟକ ସୋଏବ୍ ମଲ୍ଲିକ ଅନ୍ତରାଷ୍ଟ୍ରୀୟ ୱାନଡେ କ୍ରିକେଟ୍ ମ୍ୟାଚକୁ ବିଦାୟ କହିଛନ୍ତି । ବାଙ୍ଗଲାଦେଶ ବିପକ୍ଷରେ ବିଜୟ ପରେ ମଧ୍ୟ ବିଶ୍ୱକପକୁ ଯାଇପାରିନାହିଁ ପାକିସ୍ତାନ । ବିଜୟ ପରେ ପାକିସ୍ତାନ ଏକ ପ୍ରେସ୍ କନଫ୍ରେନ୍ସ କରି କ୍ରିକେଟର୍ ସୋଏବ୍ ମଲ୍ଲିକଙ୍କୁ ଫେରୱେଲ୍ ଦେଇଥିଲେ । ସବୁ ଖେଳାଳୀ ବାଉଣ୍ଡ୍ରି ପାଖରେ ଠିଆ ହୋଇ ଏବଂ ମଲ୍ଲିକଙ୍କୁ ସର୍ବପ୍ରଥମେ ଡ୍ରେସିଙ୍ଗ୍ ରୁମ୍ କୁ ପଠାଇଥିଲେ । ଆପଣଙ୍କୁ କହିରଖୁଛୁ ଯେ ମଲ୍ଲିକ ପୂର୍ବରୁ ହିଁ ଏ ବିଷୟରେ ଅବଗତ କରାଇ ଦେଇଥିଲେ ଯେ ଏହା ତାଙ୍କର ଅନ୍ତିମ ବିଶ୍ୱକପ୍ ହେବ । ଭାରତ ବିପକ୍ଷରେ ସେ ନିଜ ଅନ୍ତିମ ମ୍ୟାଚ୍ ଖେଳିଥିଲେ କିନ୍ତୁ ବାଙ୍ଗଲାଦେଶ ବିପକ୍ଷରେ ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିନଥିଲା । ସେ ପୂର୍ବରୁ ହିଁ ଘୋଷଣା କରିଦେଇଥିଲେ ଯେ ପାକ୍ ର ଅନ୍ତିମ ବିଶ୍ୱକପ୍ ମ୍ୟାଚ ତାଙ୍କର ଅନ୍ତିମ ୱାନଡେ ମ୍ୟାଚ୍ ହେବ । ଏହି ନିଷ୍ପତ୍ତିରେ ତାଙ୍କୁ ପରିବାର ସହ ରହିବାର ମଉକା ମିଳିବ । ଏହାସହ ସେ ଟି୨୦ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇପାରିବେ । ତେବେ ଏହି ବିଶ୍ୱକପ୍ ମ୍ୟାଚ୍ ତାଙ୍କ ପାଇଁ କୌଣସି ଖରାପ ସ୍ୱପ୍ନ ଠାରୁ କମ୍ ନୁହେଁ । ମଲ୍ଲିକ ଏହି ତିନି ମ୍ୟାଚରେ କେବଳ ୮ ରନ୍ ହିଁ କରିପାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ୮ ରନ୍ ସେ କରିଥିଲେ ଏବଂ ଭାରତରେ ୦ ରନରେ ଆଉଟ୍ ହୋଇଥିଲେ ।

ଆପଣଙ୍କୁ କହିୂରଖୁଛୁ ସୋଏବ୍ ମଲ୍ଲିକ ଟେଷ୍ଟ୍ କ୍ରିକେଟରୁ ୨୦୧୫ ରେ ସନ୍ନ୍ୟାସ ନେଇଥିଲେ । ଏବେ ସେ କେବଳ ଟି୨୦ କ୍ରିକେଟ୍ ମ୍ୟାଚରେ ହିଁ ଖେଳିବେ ।