ଭାରତରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନ ପ୍ରଶଂସକ ପାକ୍ ଟିମ୍ ପ୍ରତି ନିଜ କ୍ରୋଧ ପ୍ରକାଶ କରୁଛନ୍ତି । ସବୁଠାରୁ ଅଧିକ ଆଲୋଚନା ପାକ୍ ଅଧିନାୟକ ସରଫରାଜ୍ ଅହମ୍ମଦଙ୍କୁ ଉଠାଇବାକୁ ପଡିଛି । ସରଫରାଜଙ୍କୁ କ୍ରିକେଟରେ ଖରାପ ପ୍ରଦର୍ଶନ ସହ ତାଙ୍କ ଫିଟନେସକୁ ନେଇ ମଧ୍ୟ ଟ୍ରୋଲ୍ କରାଯାଇଥିଲା । ଏହି ପ୍ରଶଂସକ ମଧ୍ୟରେ ସରଫରାଜଙ୍କୁ ଜଣେ ପାକିସ୍ତାନୀ ମଲ୍ ଭିିତରେ ତାଙ୍କ ପରିବାର ଥିବା ସମୟରେ ବେଇଜ୍ଜତ କରିଥିଲେ ।
ପାଖରେ ତାଙ୍କର ପୁଅ ଥିବା ସମୟରେ ପ୍ରଶଂସକ ତାଙ୍କୁ ଘୁଷୁରୀ ଭଳି କାହିଁକି ମୋଟା ହୋଇଛ କହିବା ସହ ପାକ୍ ର ନାଁ ଖୁବ୍ ଗର୍ବିତ କଲ ବୋଲି କହିଥିଲେ । ସରଫରାଜ୍ ଉକ୍ତ ଘଟଣାକୁ ସାଧାରଣ ଭାବେ ନେଇଥିଲେ ମଧ୍ୟ ଏହା ଟ୍ୱିଟରରେ ଖୁବ୍ ଭାଇରାଲ୍ ହୋଇଗଲା । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ତାଙ୍କ ପତ୍ନୀ ମଧ୍ୟ ଦେଖିଥିଲେ । ହୋଟେଲ୍ ରୁମରେ ପହଚିଂବା ପରେ ପତ୍ନୀଙ୍କୁ କାନ୍ଦୁଥିବାର ଦେଖି ସେ ତାଙ୍କୁ ବୁଝାଇବା ସହ ସାନ୍ତ୍ୱନା ଦେଇ ଚୁପ୍ କରାଇଥିଲେ ।
ଏହି ଭିଡିଓ ପରେ ସରଫରାଜଙ୍କୁ ଲୋକମାନେ ଟ୍ରୋଲ୍ କରିବା ବଦଳରେ ସମର୍ଥନ କରିଥିଲେ ଏବଂ ଉକ୍ତ ସମର୍ଥକ ମଧ୍ୟ ନିଜ ଭୁଲ୍ ବୁଝିପାରି ସରଫରାଜ୍ ଙ୍କୁ କ୍ଷମା ମାଗିିବା ସହ ଭିଡିଓକୁ ଟ୍ୱିଟରରୁ ଡିଲିଟ୍ କରି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/safarz-wifw2-1.jpg)
/kanak/media/post_attachments/wp-content/uploads/2019/06/sarfarz-wifw3-300x214.jpg)
/kanak/media/post_attachments/wp-content/uploads/2019/06/sarfarz-wife-1-300x253.jpg)
/kanak/media/post_attachments/wp-content/uploads/2019/06/fans--300x211.jpg)