ଆଇସିସି କ୍ରିକେଟ୍ ର ସବୁଠାରୁ ବଡ ମ୍ୟାଚ୍ ଭାରତ ବନାମ ପାକିସ୍ତାନ ପୂର୍ବରୁ ଋଷଭ୍ ପନ୍ଥ ଇଂଲଣ୍ଡରେ ପହଂଚି ଟିମ୍ ଇଣ୍ଡିଆରେ ସାମିଲ୍ ହୋଇଛନ୍ତି । ନିକଟରେ ସୋସିଆଲ୍ ମିଡିଆରେ ଋଷଭଙ୍କ ଏକ ଫଟୋ ଭାଇରାଲ୍ ହେଉଛି । ଏହି ଫଟୋ ଦ୍ୱାରା ସେ ପ୍ରଶଂସକଙ୍କୁ ଜଣାଇଛନ୍ତି ଯେ ସେ ଇଂଲଣ୍ଡରେ ପହଂଚି ସାରିଛନ୍ତି । ବିସିସିଆଇ ପକ୍ଷରୁ ଏହି କଥାର ସ୍ପଷ୍ଟିକରଣ ହୋଇଯାଇଛି ଯେ ବାମ ହାତର ଏହି ବ୍ୟାଟ୍ସମ୍ୟାନଙ୍କୁ ଶିଖର୍ ଧୱନଙ୍କ ବଦଳରେ ନୁହଁ ବରଂ ତାଙ୍କ ସ୍ଥାନ ନ ପୂରଣ ହେବା ପର୍ଯ୍ୟନ୍ତ ଖେଳିବାକୁ ପଡିବ । ତେବେ ଧୱନ କେତେ ଶୀଘ୍ର ନିଜ ଆଘାତରୁ ଉପସମ ହେବେ ସେ ବିଷୟରେ ଏବେ କିଛି କୁହାଯାଇପାରୁ ନାହିଁ ।
ଅଷ୍ଟ୍ରେଲିୟା ବିରୋଧରେ ବିଶ୍ୱକପ୍ ୨୦୧୯ ର ୧୪ ତମ ମ୍ୟାଚରେ ଶିଖର୍ ଧୱନ୍ ଆଘାତ ହୋଇଥିଲେ । ଶିଖରଙ୍କ ବାମ ହାତର ଗୋଟିଏ ଆଙ୍ଗୁଠିରେ ବଲ୍ ବାଜି ଫ୍ୟାକ୍ଚର ହୋଇଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଟିମ୍ ରୁ ୩ ସପ୍ତାହ ପାଇଁ ବାହାର କରାଯାଇଛି । ଯାହା ପରେ ଋଷଭ୍ ପନ୍ଥଙ୍କୁ ଟିମରେ ସାମିଲ୍ କରିବା କଥା କୁହାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/x-1.jpg)
/kanak/media/post_attachments/wp-content/uploads/2019/06/MMMMM-182x300.jpg)