ବିଶ୍ୱକପ୍ ସେମିଫାଇନାଲ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ପରେ ଖେଳାଳୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା କଥା ଶୁଣିବାକୁ ମିଳୁଛି । ପରାଜୟର କାରଣ ଜଣେ ଅନ୍ୟଜଣକୁ ଦେଉଥିବା ନଜର ଆସିଛି । କିଛି ଖେଳାଳୀ ପରାଜୟ ପାଇଁ କୋଚ୍ ଙ୍କୁ ଦାୟୀ କରିଥିବା ବେଳେ ଆଉ କିଛି ଅଧିନାୟକ ବିରାଟ କୋହଲୀଙ୍କ କ୍ୟାପଟେନ୍ସିକୁ ନେଇ ସନ୍ତୁଷ୍ଟ ହୋଇନଥିବା କଥା କହିଛନ୍ତି । ଏକ ଗଣମାଧ୍ୟମ ସୂଚନା ମୁତାବକ କୋଚ୍ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ୍ କୋହଲୀ କେବଳ ନିଷ୍ପତ୍ତି ନେଉଥିବାରୁ ଖେଳାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଉଭୟ କୋଚ୍ ଏବଂ ଅଧିନାୟକ ମନଇଚ୍ଛା ନିଷ୍ପତି ନେବା ଏବଂ ଅନ୍ୟ ଖେଳାଳୀଙ୍କ ସହମତି ନ ନେବାକୁ ନେଇ ଖେଳାଳୀ କ୍ଷୋଭ ପ୍ରକାଶ କରୁଛନ୍ତି । ଡର କାରଣରୁ କ୍ୟାପଟେନ୍ କୋହଲୀ ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ବିରୋଧରେ କେହି ସ୍ୱର ଉତ୍ତୋଳନ କରୁନାହାନ୍ତି । କିଛି ଖେଳାଳୀଙ୍କ ମତରେ କୋଚ୍ ଏବଂ ଅଧିନାୟକଙ୍କ ଏକତରଫା ଭାବ ଯୋଗୁଁ ଭାରତ ବିଶ୍ୱକପ୍ ରୁ ବାଦ୍ ପଡିଛି ।

Advertisment

publive-image

ବିରାଟ ବନାମ ରୋହିତ୍ :

ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ଏବେ ଦୁଇଟି ଶ୍ରେଣୀରେ ଭାଗ ହୋଇଯାଇଛି । ଗୋଟିଏ ପଟେ କ୍ୟାପଟେନ୍ କୋହଲୀଙ୍କ ସମର୍ଥକ ଥିବା ବେଳେ ଆଉ ଗୋଟିଏ ପଟେ ଉପ ଅଧିନାୟକ ରୋହିତ୍ ଶର୍ମାଙ୍କ ସମର୍ଥକ ଖେଳାଳୀ ରହିଛନ୍ତି । ଯେଉଁ ଖେଳାଳୀଙ୍କୁ ବିରାଟ୍ ପସନ୍ଦ କରନ୍ତି ତାଙ୍କୁ ଟିମ୍ ରେ ନିଆଯାଏ ଏବଂ ଯେଉଁ ଖେଳାଳୀଙ୍କୁ ରୋହିତ୍ ଟିମ୍ ରେ ଖେଳିବା କଥା ଉଠାନ୍ତିି ତାଙ୍କ ଖେଳାଯିବ କି ନାହିଁ ଏଥିରେ କୌଣସି ଗ୍ୟାରେଣ୍ଟି ନଥାଏ ।

publive-image

ଏଭଳି ବିରାଟ୍ ଙ୍କ ଜଣେ ପ୍ରିୟ ଖେଳାଳୀ ହେଉଛନ୍ତି କେ.ଏଲ୍ ରାହୁଲ୍ । ରାହୁଲ୍ ଙ୍କ ପ୍ରଦର୍ଶନ ମଇଦାନରେ ଯେଭଳି ହେଲେ ବି ସେ ଟିମ୍ ରହି କ୍ରିକେଟ୍ ଖେଳିବେ । ତାଙ୍କୁ ସେ ପର୍ଯ୍ୟନ୍ତ ମଉକା ଦିଆଯିବ ଯେଉଁ ପର୍ଯ୍ୟନ୍ତ ସେ ଭଲ ଖେଳିନାହାନ୍ତି । ଟିମ୍ ଇଣ୍ଡିଆର କୋଚ୍ ଏବଂ କ୍ୟାପଟେନ୍ ଖେଳାଳୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । ଜଣେ ଖେଳାଳୀଙ୍କ ହିସାବରେ କୋହଲୀଙ୍କୁ ସମସ୍ତେ ପସନ୍ଦ କରୁଥିବା ବେଳେ ଅଧିନାୟକ ହିସାବରେ ସେ ସମସ୍ତଙ୍କ ପ୍ରଶଂସାଯୋଗ୍ୟ ନୁହଁନ୍ତି ।

publive-image