କନକ ବ୍ୟୁରୋ : କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ । ୨୦୨୨ ବ୍ରିମିଂହାମ ରେ ଅନୁଷ୍ଠିତ ହେବାକୁ ଯାଉଛି କମନୱେଲଥ ଗେମ୍ସ । ମହିଳା କ୍ରିକେଟକୁ ଏହି ବଡ ଇଭେଂଟ ରେ ସ୍ଥାନ ମିଳିଛି ଏହା ପୂର୍ବରୁ ୧୯୯୮ ରେ କ୍ରିକେଟକୁ ସାମିଲ କରାଯାଇଥିଲା । ୮ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ ଏବଂ ସମସ୍ତ ମ୍ୟାଚ ଟି-ଟ୍ୱେଂଟି ଫରମାର୍ଟରେ ଖେଳାଯିବ ।
ଆଇସିସି ଅଧକ୍ଷ୍ୟ କହିଛନ୍ତି ଯେ କମନୱେଲଥ ଗେମ୍ସରେ କ୍ରିକେଟ ଆମ ପାଇଁ ସର୍ବଭାରତୀୟ ସ୍ଥରରେ ମହିଳା ଖେଳକୁ ଆଗକୁ ବଢାଇବା ପାଇଁ ଚମତ୍କାର ସୁଯୋଗ ଅଟେ । ଭାରତୀୟ ଦଳର ଅଧିନାୟକ ହରମନପ୍ରିତ କହିଛନ୍ତି କମନୱେଲଥ ଗେମ୍ସରେ କ୍ରିକେଟ ସାମିଲ ହେବା ଖେଳାଳିଙ୍କ ପାଇଁ ବହୁତ ଭଲ । ଏଥିରେ ଆମକୁ ନୂତନ ଅନୁଭାମୀ ଏବଂ ପ୍ରଶଂସକ ମିଳିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/23-19.jpg)