କନକ ବ୍ୟୁରୋ: “ଧୋନୀଙ୍କ ବିନା ସିଏସକେ ନାହିଁ, ସିଏସକେ ବିନା ଧୋନୀ ନାହାଁନ୍ତି । ଧୋନୀ ସିଏସକେ, ଚେନ୍ନାଇ ଓ ତାମିଲନାଡୁର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ”, ସୋମବାର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଇଣ୍ଡିଆ ସିମେଣ୍ଟର ଉପାଧ୍ୟକ୍ଷ ଏନ୍ ଶ୍ରୀନିବାସନ ।
ଚେନ୍ନାଇ ସୁପର କିଙ୍ଗସର ମାଲିକାନା ଏବେ ଇଣ୍ଡିଆ ସିମେଣ୍ଟ ପାଖରେ ରହିଛି । ଯାହାର ଉପାଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ହେଉଛନ୍ତି ଏନ ଶ୍ରୀନିବାସନ । ତେବେ ସିଏସକେ ଆଇପିଏଲ୍ ଟ୍ରଫି ଜିତିବା ପରେ ଶ୍ରୀନିବାସନ ଟ୍ରଫି ସହିତ ସୋମବାର ସ୍ଥାନୀୟ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଯେଉଁଠି ଗଣମାଧ୍ୟମକୁ ଉତ୍ତର ଦେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏନ୍ ଶ୍ରୀନିବାସନ ।
ସୂଚନାଯୋଗ୍ୟ ଯେ, କୋଲକାତାକୁ ହରାଇ ଚତୁର୍ଥ ଥର ପାଇଁ ଟ୍ରଫି ଜିତିଛି ଚେନ୍ନାଇ ସୁପରକିଙ୍ଗସ୍ । ତେବେ ଧୋନୀଙ୍କ ସହିତ ଚେନ୍ନାଇର ସମ୍ପର୍କ ମୂଳରୁ ହିଁ ରହିଆସିଛି । ୨୦୦୮ ମସିହାରୁ ସେ ଦଳର ଅଧିନାୟକ ଅଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଗାମୀ ସିଜିନରୁ ଧୋନୀ ଦଳ ସହିତ ଜଡିତ ରହିବେ କି ନାହି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତାବର୍ଷକୁ ଆଇପିଏଲର ନିଲାମ ପ୍ରକ୍ରିୟା ହେବାକୁ ଅଛି । ଏହି ନିଲାମରେ ଧୋନୀ ସିଏସକେକୁ ଛାଡୁଛନ୍ତି, ନା ଧୋନୀଙ୍କ ପାଇଁ ସିଏସକେ ରିଟେନସନ୍ କାର୍ଡ ବ୍ୟବହାର କରୁଛନ୍ତି ତାହା ଉପରେ ନଜର ରହିଛି ।
ଧୋନୀଙ୍କ ନେତୃତ୍ୱରେ ସିଏସକେ ୪ର୍ଥ ଟ୍ରଫି ଜିତିଛି । ଏହାପୂର୍ବରୁ ଦଳ ୨୦୧୦,୨୦୧୧ ଓ ୨୦୧୮ ମସିହାରେ ଟ୍ରଫି ଜିତିଥିଲା । ଏବେ ଧୋନୀଙ୍କ ନେତୃତ୍ୱରେ ଦଳ ୪ର୍ଥ ଥର ପାଇଁ ଟ୍ରଫି ଜିତିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/148841-clraytzonv-1602133322.jpg)