ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସାଙ୍ଗକୁ ୧୯ କିଲୋର ଓଜନ ବୋହି ସୀମାରେ ସୁରକ୍ଷା ଦେବେ ଧୋନି ! ବ୍ୟାଟ୍ ବଦଳରେ ହାତରେ ରହିବ ଏକେ-୪୭ 

451

ଭାରତୀୟ କ୍ରିକେଟ୍ ମଇଦାନରେ ଚଉକାଛକା ଲଗାଉଥିବା କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଏବେ ହାତରେ ବ୍ୟାଟ୍ ବଦଳରେ ଧରିବେ ଏକେ-୪୭ । ଆଜି କାଶ୍ମୀରରେ ଆତଙ୍କବାଦ ବିରୋଧୀ ୟୁନିଟ୍ ରେ ପ୍ରଥମଥର ପାଇଁ ସେ ଯୋଗ ଦେବେ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ବଦଳରେ ଧୋନି ୧୫ ଦିନ ପାଇଁ ପାରା କମାଣ୍ଡୋ ବାଟାଲିୟନ୍ ରେ ରହିବେ ଏବଂ ସେଠାରେ ସାଥି ଯବାନଙ୍କ ସହ ପ୍ରଶିକ୍ଷଣ ନେବେ । କ୍ରିକେଟର ପୂର୍ବ କ୍ୟାପଟେନ୍ କୁଲ୍ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଭାରତୀୟ ସେନା ସହ ରହିବେ । ଏଠାରେ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡିବ । ପ୍ରତିଦିନ ତାଙ୍କୁ ୧୯ କିଲୋର ସାମଗ୍ରୀ ଧରି ଚାଲିବାକୁ ପଡିବ ।

ନା ଦିନ ନା ରାତି ପ୍ରତିଟି ସିଫ୍ଟରେ ତାଙ୍କୁ ନିଜର ପରାକ୍ରମ ଦେଖାଇବାକୁ ମଉକା ମିଳିବ । ଧୋନି ଯେଉଁ ବାଟାଲିୟାନ୍ ରେ ପ୍ରଶିକ୍ଷଣ ନେଉଛନ୍ତି ସେଠାରେ ଭାରତର ପ୍ରତ୍ୟେକ ରାଜ୍ୟରୁ ଆସିଥିବା ୭୦୦ ଜଣ ସୈନିକ ରହିଛନ୍ତି । ଯେଉଁଥିରେ ଗୋରଖା,ଶିଖ୍ ,ରାଜପୁତ୍ ଭଳି ରେଜିମେଣ୍ଟ ସୈନ୍ୟ ମଧ୍ୟ ରହିଛନ୍ତି । ତାଙ୍କୁ ୧୯ କିଲୋ ଓଜନର ଭାର ନେଇ ପ୍ରତିଦିନ ଯିବାଆସିବା କରିବାକୁ ପଡିବ । ତାଙ୍କର ଏହି ଓଜନରେ ୫ କିଲୋ ଭାର ୩ ମେଗ୍ଜିନ୍ ର ହେବ । ଏହାସହ ୩ କିଲୋର ୟୁନିଫର୍ମ , ୨ କିଲୋର ଜୋତା,୧ କିଲୋର ହେଲମେଟ୍ ,୪ କିଲୋର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ୪ କିଲୋର ଗ୍ରେନେଟ୍ ରହିଛି ।

ଧୋନି ଶ୍ରୀନଗର ବାଦାମୀ ବାଗ୍ କେଣ୍ଟ୍ ଅଞ୍ଚଳରେ ୮ ରୁ ୧୦ ଜଣ ଯବାନଙ୍କ ମଧ୍ୟରେ ରହିବେ । ତାଙ୍କୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ , ଏକେ-୪୭ ଏବଂ ଗ୍ରେନେଡ୍ ଦିଆଯିବ । ବର୍ତ୍ତମାନ ତାଙ୍କୁ ଗାର୍ଡ ୟୁନିଟ୍ ର ସୁରକ୍ଷା ଦାୟିତ୍ୱ ଦିଆଯିବ । ଯାହା ପ୍ରତି ୪-୪ ଘଣ୍ଟାର ଡ୍ୟୁଟି ୨ ଟି ସିଫ୍ଟରେ ହୋଇଥାଏ । ଯାହା ଉଭୟ ଦିନ ଏବଂ ରାତିର ଡ୍ୟୁଟି ହୋଇଥାଏ । ଦିନ ସମୟର ଡ୍ୟୁଟିରେ ଧୋନିଙ୍କୁ ଭୋର୍ ୪ ଟାରୁ ଉଠିବାକୁ ପଡିବ । ତାଙ୍କୁ ବଙ୍କରରେ ମଧ୍ୟ ଠିଆ ହୋଇ ପ୍ରହରୀ ଦେବାକୁ ପଡିପାରେ । ଯାହା ୨-୨ ଘଣ୍ଟାରେ ୩ ଥର ରହିବ ।