ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନୀ ଏବେ ଭାରତୀୟ ସେନା ଟ୍ରେନିଙ୍ଗ୍ ରେ ବ୍ୟସ୍ତ ଅଛନ୍ତି । ଦକ୍ଷିଣ କାଶ୍ମୀରରେ ସେ ୟୁନିଟ୍ ସହ ଜଣେ ସାଧାରଣ ଯବାନଙ୍କ ଭଳି ରହୁଛନ୍ତି । ତେବେ ବର୍ତ୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଖବର ଅନୁସାରେ , ଧୋନୀ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଲଦାଖ୍ ଯାଇ ସେଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ । ଭାରତୀୟ ସ୍ଥଳସେନାରେ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ଧୋନୀ ସ୍ଥଳସେନାରେ କାମ କରିବା ପାଇଁ କ୍ରିକେଟରୁ ୨ ମାସ ଛୁଟି ନେଇଛନ୍ତି । ଜୁଲାଇ ୩୦ ତାରିଖ ଠାରୁ ସେ ଜର୍ସି ଓହ୍ଲାଇ ଆର୍ମି ୟୁନିଫର୍ମ ପିନ୍ଧି ସେନାରେ ଯୋଗ ଦେଇଥିଲେ । ଅଗଷ୍ଟ ୧୫ ତାରିଖ ହେଉଛି ସେନାରେ ତାଙ୍କର ଶେଷ ଦିନ ।
ଧୋନୀଙ୍କୁ ନେଇ ସ୍ଥଳସେନାର ଜଣେ ଅଧିକାରୀ କହିଛନ୍ତି ଯେ , ଧୋନୀ ଭାରତୀୟ ସେନାର ବ୍ରାଣ୍ଡ ଆମ୍ବାସଡ଼ର । ସେ ଯବାନମାନଙ୍କୁ ସବୁବେଳେ ଉତ୍ସାହିତ କରିବା ସହ ସୈନ୍ୟଙ୍କ ସହ ଫୁଟବଲ୍ ଏବଂ ଭଲିବଲ୍ ଖେଳୁଛନ୍ତି । ଟ୍ରେନିଙ୍ଗ୍ ସମୟରେ ମଧ୍ୟ ସେ ଖୁବ୍ ପରିଶ୍ରମ କରୁଛନ୍ତି । ସେନାରେ ତାଙ୍କର ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୧୫ ରେ ସେ ଲଦାଖ୍ ରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ଆପଣଙ୍କୁ କହିରଖୁଛୁ ମହେନ୍ଦ୍ର ସିଂହ ଧୋନୀ ୨୦୧୧ ରେ ଭାରତୀୟ ସ୍ଥଳସେନାରେ ସାମିଲ୍ ହୋଇଥିଲେ । ତାଙ୍କ ସହ ଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ଭାରତୀୟ ସ୍ଥଳସେନାରେ ସାମିଲ୍ ହୋଇଥିଲେ । ୱିକ୍ଟର ଫୋର୍ସ ସହ ଜଡିତ ହୋଇଥିବା ଧୋନୀ ୟୁନିଟ୍ ର ସବୁଠାରୁ ଆତଙ୍କ ପ୍ରଭାବିତ ଜିଲ୍ଲା ସୋପିୟାଁ ଏବଂ ଅନନ୍ତନାଗରେ କାର୍ଯ୍ୟରତ ଅଛନ୍ତି ।
Follow Us
/kanak/media/post_attachments/wp-content/uploads/2019/08/K-300x179.jpg)