ଜାନୁଆରୀରେ ଜଣାପଡିବ ମାହିଙ୍କ ମନକଥା ! କ୍ରିକେଟ୍ ମଇଦାନରେ ବ୍ୟାଟ୍ ଉଠାଇବେ କି ନାହିଁ ପ୍ରଶ୍ନରେ ପାଟି ଖୋଲିଲେ ମାହି , ଜାନୁଆରୀ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ ଧୋନୀ ।  

344

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତିଦିନ ଖବରକାଗଜର ଶୀର୍ଷକରେ ରହିଥାନ୍ତି । ବୁଧବାର ସେ କହିଛନ୍ତି, ୨୦୦୭ ବିଶ୍ୱକପ୍ ଟି-୨୦ ଓ ୨୦୧୧ ବିଶ୍ୱକପ ଟି-୨୦ ଜିତିବା ପରର ସ୍ୱାଗତକୁ ଭୁଲି ହେବନାହିଁ । ଆପଣଙ୍କୁ କହିରଖୁଛୁ , ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ରେ ଦକ୍ଷିଣ ଆଫ୍ରିକା ଟି-୨୦ ଜିତିଥିଲା । ଏହାପରେ ତାଙ୍କର ନେତୃତ୍ୱରେ ନିଜ ମାଟିରେ ୨୦୧୧ ରେ ଦିନିକିଆ ବିଶ୍ୱକପ୍ ଭାରତ ନିଜ ନାମରେ କରିଥିଲେ । ତେବେ ବିଶ୍ୱକପ୍ ପରଠାରୁ ହିଁ ଧୋନୀ କ୍ରିକେଟ୍ ଠାରୁ ଦୂରେଇ ଯାଇଛନ୍ତି । ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ଗୁଜବ ମଧ୍ୟରେ ଧୋନୀ ନିଜର ଚୁପ୍ ଭାଙ୍ଗି ପାଟି ଖୋଲିଛନ୍ତି । ସେ ଜାନୁଆରୀ ମାସ ପର୍ଯ୍ୟନ୍ତ ତାଙ୍କ ଭବିଷ୍ୟତକୁ ନେଇ କୌଣସି ପ୍ରଶ୍ନ ନ ପଚାରିବାକୁ କହିଛନ୍ତିି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ କ୍ରିକେଟରେ ଲେଉଟାଣୀକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯାହାର ଉତ୍ତରରେ ସେ ଜାନୁଆରୀ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସିଧା ସିଧା କହିଥିଲେ ।

ମୁମ୍ବାଇରେ ଆୟୋଜିତ ଏକ ସମାରୋହରେ ଧୋନୀ କହିଥିଲେ , ଆମେ ୨୦୦୭ ରେ ଟି-୨୦ ବିଶ୍ୱକପ ପରେ ଭାରତ ଆସିଥିଲୁ । ଆମେ ଏକ ଖୋଲା ବସ୍ ରେ ଯାତ୍ରା କରିଥିଲୁ । ଚାରିଆଡେ ଭିଡ ଥିଲା ଏବଂ ଆମକୁ ସ୍ୱାଗତ କରିବା ପାଇଁ ବହୁମାତ୍ରାରେ ଲୋକ ଆସିଥିଲେ । ସମସ୍ତେ ଖୁସିଥିଲେ, ତେଣୁ ଏହି ଦୃଶ୍ୟ ଦେଖି ମୁଁ ମଧ୍ୟ ଅତ୍ୟଧିକ ଖୁସି ହୋଇଥିଲି । ଏହା ଆମ ପାଇଁ ଭବ୍ୟ ସ୍ୱାଗତ ଥିଲା । ଭାରତ ଯେତେବେଳେ ବିଜୟର କିଛି ପାଦ ପଛକୁ ଥିଲା ସେତେବେଳେ ଧୋନୀ ଅପରାଜିତ ଭାବେ  ୯୧ ରନ୍ ସଂଗ୍ରହ କରିଥିଲେ । ମ୍ୟାଚ୍ ବିଜୟ ପାଇଁ ୧୫ ରୁ ୨୦ ରନ୍ ଆବଶ୍ୟକ ଥିଲା । ଦର୍ଶକଙ୍କର “ବନ୍ଦେ ମାତରମ୍” ସ୍ୱରରେ ଚାରିଆଡ କମ୍ପୁଥିଲା । ଏହାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଏହି ୨ ଟି ଘଟଣା ତାଙ୍କ ହୃଦୟକୁ ସ୍ପର୍ଶ କରିଛି ବୋଲି ଧୋନୀ କହିଛନ୍ତି ।