ନ୍ୟୁଜିଲାଣ୍ଡଠାରୁ ହାରିଲେ ଟିମ୍ ଇଣ୍ଡିଆ କେମିତି ଯିବ ସେମିଫାଇନାଲ? ଦେଖନ୍ତୁ, ସେମିଫାଇନାଲ ପହଞ୍ଚିବାକୁ କ'ଣ ରହିଛି ସମୀକରଣ...

Advertisment
ନ୍ୟୁଜିଲାଣ୍ଡଠାରୁ ହାରିଲେ ଟିମ୍ ଇଣ୍ଡିଆ କେମିତି ଯିବ ସେମିଫାଇନାଲ? ଦେଖନ୍ତୁ, ସେମିଫାଇନାଲ ପହଞ୍ଚିବାକୁ କ'ଣ ରହିଛି ସମୀକରଣ...

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଆଜି ଭେଟାଭେଟି ହେବାକୁ ଯାଉଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଯାହାକୁ ଦୁଇ ଦଳ ପାଇଁ କର ବା ମର ମ୍ୟାଚ୍ କୁହାଯାଉଛି । ଦୁଇ ଦଳ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହୋଇସାରିଛନ୍ତି । ଏପରି ସ୍ଥିତିରେ ଆଜି ଯେଉଁ ଦଳ ପରାଜୟ ବରଣ କରିବ ତାର ବିଶ୍ୱକପ୍ ଅଭିଯାନରେ ବ୍ରେକ୍ ଲାଗିପାରେ ବୋଲି ଅନୁମାନ କରାଯାଉଛି । ହେଲେ ସତରେ କଣ ଏହା ସତ? ଆଜି ଯଦି ନ୍ୟୁଜିଲାଣ୍ଡ ପାଖରୁ ଭାରତ ପରାସ୍ତ ହୁଏ ତେବେ କଣ ସତରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ?

ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଜଣାପଡିବ ଯେ, ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ଏହି ମ୍ୟାଚରେ ପରାଜୟ ବରଣ କଲେ ମଧ୍ୟ ଭାରତ ପାଇଁ ସେମିଫାଇନାଲ ଦ୍ୱାର ଖୋଲାରହିବ । ଜାଣନ୍ତୁ, ଆଜି ଯଦି ବି ଭାରତ ପରାଜୟ ବରଣ କରେ, ତେବେ କେମିତି ପହଞ୍ଚିବ ସେମିଫାଇନାଲ...

ଭାରତକୁ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ସ୍କଟଲ୍ୟାଣ୍ଡ ଓ ନାମିମ୍ବିଆର ବିଶ୍ୱକପ୍ ଅଭିଯାନ ଶେଷ କରିବାକୁ ପଡିବ । ତେବେ ଏପରି ହେଲେ ପାକିସ୍ତାନ ସହିତ ଦ୍ୱିତୀୟ ଟିମ କିଏ ସେମିଫାଇନାଲକୁ ଯିବ ତାକୁ ନେଇ ରେସ୍ ଆରମ୍ଭ ହେବ । ଏହି ରେସରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ସହ ଭାରତ ରହିବ ।

ଏପର୍ଯ୍ୟନ୍ତ ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପରସ୍ପର ଭିତରେ କୌଣସି ମ୍ୟାଚ୍ ଖେଳିନାହାଁନ୍ତି । ଏପରି ସ୍ଥିତିରେ ଯଦି ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଯାଏ ଏବଂ ଆଫଗାନିସ୍ତାନଠାରୁ ମ୍ୟାଚ୍ ଜିତନିଏ । ଅନ୍ୟପଟେ ଆଫଗାନିସ୍ତାନ ଯଦି ନ୍ୟୁଜିଲାଣ୍ଡକୁ ପରାସ୍ତ କରିଦିଏ ତେବେ ପ୍ରତ୍ୟେକ ଦଳ ସମାନ ପଏଣ୍ଟ ପାଇବେ । ଏପରି ହେଲେ ନେଟ୍ ରନ୍ ରେଟ୍ ଆଧାରରେ ଏହି ତିନି ଦଳ ଭିତରୁ ଗୋଟିଏ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବ । ଅର୍ଥାତ ଆଜି ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେଲେ ବି ଭାରତ ପାଇଁ ସେମିଫାଇନାଲ ବାଟ ଖୋଲାରହିବ ।

ତେବେ ଏହି ମ୍ୟାଚରେ ବିଜୟ ପାଇଁ ହିଁ ବିରାଟ ବାହିନୀ ଲକ୍ଷ୍ୟ ରଖିଛି । ଆଜି ମ୍ୟାଚରେ ବିଜୟ ସହ ଦଳ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ରଣନୀତି ପ୍ରସ୍ତୁତ କରିବ । ତେଣୁ ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe