କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ବ୍ୟାଟର ଶୁଭମାନ ଗିଲ ଦମଦାର ଶତକ ହାସଲ କରିଛନ୍ତି । ଦିନିକିଆ ପରେ ସେ ଟେଷ୍ଟରେ ମଧ୍ୟ ଶତକ ହାସଲ କରିଛନ୍ତି । ବାଂଲାଦେଶ ବିରୋଧରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ମୁକାବିଲାରେ ଦମଦାର ଖେଳ ଜାରି ରଖି ଦଳର ସ୍ଥ୍ିତିକୁ ମଜବୁତ କରିଛନ୍ତି । ଦ୍ୱିତୀୟ ଇନିଂସରେ ସେ ଅନୁଭବୀ ଚେତେଶ୍ୱର ପୂଜାରାଙ୍କ ସହ ମିଶି ଦଳକୁ ବିଶାଳ ସ୍କୋର ଅଭିମୁଖେ ନେଇଯାଇଛନ୍ତି ।
ଗିଲ ଚଳିତ ବର୍ଷ ଅଗଷ୍ଟରେ ଜିମ୍ବାୱେ ବିରୋଧରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ସେ ଶତକ ହାସଲ କରିବା ସହ ୧୩୦ ରନ ଇନିଂସ ଖେଳି ଆଉଟ ହୋଇଥିଲେ । ବର୍ଷ ଶେଷ ହେଉ ହେଉ ସେ ଆଉ ଏକ ଶତକୀୟ ଇନିଂସ ଖେଳିଛନ୍ତି । ଚଟଗାଁଓ ଟେଷ୍ଟର ତୃତୀୟ ଦିନରେ ସେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ।
Follow Us