କ’ଣ ସତରେ କ୍ରିକେଟରୁ ସନ୍ନ୍ୟାସ ନେବେ ଧୋନି ? ଏହି ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଲେ କ୍ୟାପଟେନ୍ କୋହଲି

କ’ଣ ସତରେ କ୍ରିକେଟରୁ ସନ୍ନ୍ୟାସ ନେବେ ଧୋନି ? ଏହି ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଲେ କ୍ୟାପଟେନ୍ କୋହଲି

ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଟିମ୍ ଇଣ୍ଡିଆ ଏବଂ ଏହାସହ ଭାଙ୍ଗିଯାଇଛି ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀଙ୍କ ବିଶ୍ୱକପ୍ ଜିତିବାର ସ୍ୱପ୍ନ । ଗତକାଲିର ମ୍ୟାଚ୍ କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଭିତରେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ୍ ରୁ ସନ୍ନ୍ୟାସ ନେବା ଖବର ମଧ୍ୟ ଜୋର୍ ଧରୁଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ପରେ ଏହା ଧୋନିଙ୍କ ଅନ୍ତିମ ୱାନଡେ ମ୍ୟାଚ୍ ଥିବା ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏନେଇ ଅଫିସିଆଲି କିଛି ଘୋଷଣା ମଧ୍ୟ କରାଯାଇନାହିଁ । କ୍ୟାପଟେନ୍ କୋହଲି ମଧ୍ୟ ନିଜ ବୟାନରେ ଏନେଇ କୌଣସି ସୂଚନା ପାଇ ନଥିବା କଥା କହିଛନ୍ତି । ମ୍ୟାଚ ପରେ ପ୍ରେସ୍ କନଫ୍ରେନ୍ସରେ ଯେତେବେଳେ ଧୋନି ସନ୍ନ୍ୟାସ ହେବା କଥାକୁ ନେଇ କୋହଲିଙ୍କୁ ପ୍ରଶ୍ନ ପଚରାଯାଇଥିଲା ସେ ଏ ବିଷୟରେ ସିଧାସିଧା କିଛି ଜାଣିନଥିବା କଥା କହିଥିଲେ ।

publive-image

ତେବେ ବିଶ୍ୱକପ୍ ୨୦୧୯ ଆରମ୍ଭ ହେବା ପରଠାରୁ ହିଁ ଏହି ବିଷୟ ଖୁବ୍ ଚର୍ଚ୍ଚାରେ ଥିଲା । ବିସିସିଆଇର ଜଣେ ଅଧିକାରୀ ମଧ୍ୟ ଏନେଇ ଇସାରା କରିଥିଲେ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାକୁ ଯାଇ ଧୋନି କହିଥିଲେ ଯେ ମୋତେ ନିଜେ ଜ୍ଞାତ ନାହିଁ ମୁଁ କେବେ କ୍ରିକେଟରୁ ସନ୍ନ୍ୟାସ ନେବି । ଏବେ ଦେଖିବାକୁ ବାକି ରହିଲା ଏ ଚର୍ଚ୍ଚାର୍ରେ କେତେ ସତ ରହିଛି ଆଉ କେତେ ମିଛ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe