ମେଲବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ୍ , ୫ ଖେଳାଳି ଛୁଇଁ ପାରିଲେନି ଦୁଇ ଅଙ୍କ ; ବୁମରାଙ୍କୁ ୪, ଅଶ୍ୱିନୀଙ୍କୁ ୩ ୱିକେଟ ସଫଳତା ଦେଶ ବିଦେଶ By Kanak News Bureau Last updated Dec 26, 2020 131 Share ଶନିବାର ଦିନ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଦିନରେ ଭାରତ ଅଷ୍ଟ୍ରେଲିଆକୁ ୧୯୫ ରନ୍ରେ ଅଲ୍ ଆଉଟ୍ କରିଛି। ପେସ୍ ବୋଲର୍ ଜସ୍ପ୍ରିତ୍ ବୁମ୍ରା ୫୬ ରନ୍ ବିନିମୟରେ ୪ଟି ଓ୍ଵିକେଟ୍ ଅକ୍ତିଆର୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩୫ ରନ୍ ଦେଇ ୩ଟି ଓ୍ଵିକେଟ୍ ହାସଲ କରିଛନ୍ତି। ଟସ୍ ଜିଣି ଅଷ୍ଟ୍ରେଲିଆ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେବା ପରେ ଜସ୍ପ୍ରିତ୍ ବୁମ୍ରା, ରବି ଅଶ୍ୱିନୀ ଏବଂ ମହମ୍ମଦ ସିରାଜ ବୋଲିଙ୍ଗ୍ କରି ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଆଗକୁ ପଢନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ… Jan 19, 2021 ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର… Jan 19, 2021 ବୋଲର୍ମାନଙ୍କର ବାଉନ୍ସ୍ ଓ ସ୍ପିନ୍ ବଲ୍କୁ ସାମ୍ନା କରି ଅଷ୍ଟ୍ରେଲିଆର ବ୍ୟାଟ୍ସ୍ମ୍ୟାନ୍ ମାର୍ଣ୍ଣସ୍ ଲାବୁସ୍ଚେନ୍ ସର୍ବାଧିକ ୪୮ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଭାରତୀୟ ବୋଲର୍ ବୁମ୍ରା ୫୬ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ଏହି ଇନିଙ୍ଗ୍ସ୍ରେ ସମୁଦାୟ ୭୨.୩ ଓଭର୍ ଖେଳିଛି। ଭାରତୀୟ ବୋଲର୍ ରବୀନ୍ଦ୍ର ଜାଡ଼େଜା ଅଷ୍ଟ୍ରେଲୀୟ ବ୍ୟାଟ୍ସ୍ମ୍ୟାନ୍ ପ୍ୟାଟ୍ କୁମିନ୍ସ୍ଙ୍କୁ ଆଉଟ୍ କରିବା ପରେ ଅଷ୍ଟ୍ରେଲୀୟ ଇନିଙ୍ଗ୍ସ୍ର ସମାପ୍ତି ଘଟିଥିଲା। ଆଡିଲେଡ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ଭାରତକୁ ୮ ଓ୍ଵିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଏହି ସିରିଜ୍ରେ ୧-୦ରେ ଅଗ୍ରଣୀ ରହିଛି। 131 Share FacebookTwitterGoogle+WhatsAppTelegramEmailPrint
Comments are closed.