କନକ ବ୍ୟୁରୋ: ଭାରତୀୟ ଦ୍ରୁତ ବୋଲର ଉମରାନ ମଲ୍ଲିକଙ୍କୁ ସମସ୍ତେ ଜାଣିଥିବେ । ନିଜ ଦ୍ରୁତ ବୋଲିଂ କାରଣରୁ ସେ ଏବେ ଟିମ୍ ଇଣ୍ଡିଆରେ ସବୁଠୁ ଚର୍ଚ୍ଚିତ ଖେଳାଳି । ତେବେ ଜାମ୍ମକାଶ୍ମୀରର ଏହି ଦ୍ରୁତ ବୋଲର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଏମିତି କିଛି କାମ କରିଛନ୍ତି, ଯେଉଁଥିପାଇଁ ରେକର୍ଡ ବୁକରେ ତାଙ୍କ ନାଁ ଲେଖାହୋଇଛି । ବର୍ତ୍ତମାନ ସେ ଭାରତର ସବୁଠୁ ଦ୍ରୁତ ବୋଲର ହୋଇଯାଇଥିବାବେଳେ, ଜସପ୍ରୀତ ବୁମରାଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ।

Advertisment

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଉମରାନ ମଲ୍ଲିକ ଏକ ବଲକୁ ୧୫୫ କିମି ପ୍ରତି ଘଣ୍ଟା ସ୍ପିଡରେ ପକାଇଥିଲେ । ଯେଉଁଥିରେ ସେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକାଙ୍କ ୱିକେଟ୍ ମଧ୍ୟ ନେଇଥିଲେ । ତେବେ ଏହା ପୂର୍ବରୁ ଅନ୍ୟ କୌଣସି ବି ଭାରତୀୟ ଦ୍ରୁତ ବୋଲର ଏତେ ସ୍ପିଡରେ ବଲ୍ ପକାଇନଥଇଲେ ।

ଉମରାନ ମଲ୍ଲିକଙ୍କ ବ୍ୟତୀତ ଅନ୍ୟ କୌଣସି ବି ଭାରତୀୟ ଦ୍ରୁତ ବୋଲର ଏଯାଏଁ ଅନ୍ତର୍ଜାତୀୟ କ୍ରିକେଟରେ ୧୫୫ ସ୍ପିଡରେ ବୋଲିଂ କରିନାହାଁନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କ ନାଁରେ ଥିଲା । ଜସପ୍ରୀତ ବୁମରା ୧୫୩.୩୬ ସ୍ପିଡରେ ବୋଲିଂ କରିଥିବାବେଳେ, ତାଙ୍କ ପଛକୁ ମହମ୍ମଦ ଶାମି ୧୫୩.୩ ସ୍ପିଡ ଓ ନବଦୀପ ସୈନୀ ୧୫୨.୮୫ ସ୍ପିଡରେ ବୋଲିଂ କରିସାରିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷରେ ଉମରାନ୍ ମଲ୍ଲିକ ୧୫୫ କିମି ସ୍ପିଡରେ ବୋଲିଂ କରିବା ସହିତ ଭାରତର ସବୁଠୁ ଅଧିକ ଦ୍ରୁତ ବୋଲର ହେବାର ରେକର୍ଡ ସୃଷ୍ଟି କରିଛନ୍ତି ।