ବିଚକ୍ଷଣ ରଣନୀତି ପ୍ରସ୍ତୁତ କରିଥିଲେ ପାକିସ୍ତାନ ଅଧିନାୟକ ! କିନ୍ତୁ ରୋହିତ୍ –ରାହୁଲ୍-କୋହଲି ଓଲଟାଇ ଦେଲେ ପାକିସ୍ତାନର ରଣନୀତି

ବିଚକ୍ଷଣ ରଣନୀତି ପ୍ରସ୍ତୁତ କରିଥିଲେ ପାକିସ୍ତାନ ଅଧିନାୟକ ! କିନ୍ତୁ ରୋହିତ୍ –ରାହୁଲ୍-କୋହଲି ଓଲଟାଇ ଦେଲେ ପାକିସ୍ତାନର ରଣନୀତି

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ପରେ ପାକ୍ ଅଧିନାୟକ ସରଫରାଜ୍ ଅହମ୍ମଦଙ୍କୁ ନେଇ ଖୁବ୍ ଆଲୋଚନା ହେଉଛି । ତେବେ ପାକ୍ ଟିମ୍ ଏବଂ ମ୍ୟାନେଜମେଣ୍ଟ୍ ଦୁହେଁ ଏହି କଥାକୁ ଧ୍ୟାନରେ ରଖି କ୍ରିକେଟ୍ ଖେଳୁଥିଲେ ଯେ ମ୍ୟାଚ୍ ମଝିରେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ଇତିହାସ ସାକ୍ଷୀ ଅଛି ଯେ ଡକବର୍ଥ-ଲୁଇସ୍ ଙ୍କ ନିୟମ ଅନୁସାରେ ପ୍ରଥମେ ବୋଲିଙ୍ଗ୍ କରୁଥିବା ଟିମ୍ କୁ ହିଁ ବିଜୟ ମିଳିଥାଏ ।

publive-image

ଗୋଟିଏ ଦିନ ପୂର୍ବରୁ ହୋଇଥିଲା ମୁସଳ ବର୍ଷା :

ବାସ୍ତବରେ ମାନଚେଷ୍ଟରର ମଇଦାନରେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଦ୍ୱିପ୍ରହରରେ ମୁସଳବର୍ଷା ହୋଇଥିଲା । ଏମିତିକି ମ୍ୟାଚ୍ ପୂର୍ବରୁ ମଧ୍ୟ ଏଠାରେ ଝିପ୍ ଝିପ୍ ବର୍ଷାର ବୁନ୍ଦା ପଡିଥିଲା । ତେଣୁ ପାକ୍ ଟିମ୍ ଏହି କଥାକୁ ଭାବି ନେଇଥିଲା ଯେ ଯଦି ମ୍ୟାଚ୍ ମଝିରେ ବର୍ଷା ହେବା ଭଳି ପରିସ୍ଥିତି ଉପୁଜିଲା ତେବେ କିଭଳି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇହେବ । ଏଭଳି ସ୍ଥିତିରେ ପାକିସ୍ତାନର ସଫଳ ରଣନୀତି ଥିଲା ଯେ ପ୍ରଥମେ ବୋଲିଙ୍ଗ୍ କରାଯାଉ,କାରଣ ପାକିସ୍ତାନକୁ ସବୁବେଳେ ନିଜ ବ୍ୟାଟ୍ସମ୍ୟାନ୍ ଙ୍କ ଅପେକ୍ଷା ବୋଲର୍ ଙ୍କ ଉପରେ ଭରସା ରହିଛି ।

publive-image

ଏଭଳି ସ୍ଥିତିରେ ପାକିସ୍ତାନ ଅଧିନାୟକଙ୍କ ମୁଣ୍ଡରେ ଏହି ରଣନୀତି ଚାଲୁଥିଲା ଯେ ଯଦି ପାକ୍ ବୋଲର୍ ଭାରତୀୟ ବ୍ୟାଟ୍ସମାନଙ୍କୁ କମ୍ ରନ୍ ରେ ହରାଇ ଦିଅନ୍ତି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପାକ୍ ଟିମକୁ କିଛି ଓଭର୍ ରେ ଖେଳିବାକୁ ପଡେ ତେବେ ପାକ୍ ଟିମ୍ ଖେଳିବା ପାଇଁ ସମ୍ପୁର୍ଣ୍ଣ ସକ୍ଷମ ହୋଇପାରିବ । ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ଇମାମ୍ - ଉଲ୍ - ହକ୍ ହୁଅନ୍ତୁ କିମ୍ବା ବାବର ଆଜମ୍ , ଫକର ଜମାନ୍ ,ଶୋଏବ୍ ମଲ୍ଲିକ ,ମହମ୍ମଦ ହଫିଜ୍ ବା ସରଫରାଜ୍ ଅହମ୍ମଦ୍ ସବୁ କମ୍ ଓଭରରେ ଭଲ ଖେଳିବା ପାଇଁ ଖୁବ୍ ଜଣାଶୁଣା । ଯଦି ଟିମ୍ କୁ ଡକବର୍ଥ ଲୁଇସ୍ ଙ୍କ ଅନୁସାରେ ୧୫ କିମ୍ବା ୨୦ ଓଭରରେ ୧୫୦ ରୁ ଅଧିକ ରନ୍ କରିଥାନ୍ତା ତେବେ ଟିମ୍ ନିଜର ପୁରା ଶକ୍ତି ଲଗାଇ ବିଜୟ ଆଡକୁ ଯାଇପାରିଥାନ୍ତା । ପାକ୍ ଟିମ୍ ଏହି ରଣନୀତିକୁ ଆପଣାଇ ଟସ୍ ଜିତିବା ପରେ ପ୍ରଥମେ ବୋଲିଙ୍ଗ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

publive-image

ରୋହିତ୍ –ରାହୁଲ୍-କୋହଲି ଓଲଟାଇ ଦେଲେ ପାକିସ୍ତାନର ରଣନୀତି :

ସଂଯୋଗ ବଶତଃ ଖେଳର ମୁଖ୍ୟ ସମୟରେ ବର୍ଷା ନ ହୋଇ ଖେଳ ଶେଷ ଭାରତର ବ୍ୟାଟିଙ୍ଗ୍ ଶେଷ ଆଡକୁ ବର୍ଷା ହୋଇଥିଲା । ଯେଉଁଥିପାଇଁ ପାକିସ୍ତାନ ହାତରେ ନା ଥିଲା ରଣ ନା ଥିଲା ନୀତି । ପାକ୍ ରଣନୀତିକୁ ପବନରେ ଉଡାଇ ଦେଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ । ପାକିସ୍ତାନ ଯାହା ଚିନ୍ତା କରି ଖେଳ ମଇଦାନରେ ପ୍ରଥମରୁ ବୋଲିଙ୍ଗ୍ କରିବାର ନିଷ୍ପତି ନେଇଥିଲା ତାହା ପରେ ବିଫଳ ହୋଇଥିଲା । ବୋଲର୍ ମହମ୍ମଦ୍ ଆମିର୍ ଙ୍କ ଛଡା ଅନ୍ୟ କେହି ବୋଲର୍ ଭାରତୀୟ ଦଳକୁ ପ୍ରଭାବିତ କରିପାରିନଥିଲେ । ଭାରତ ତରଫରୁ ରୋହିତ ଶର୍ମା,କେଏଲ୍ ରାହୁଲ ଏବଂ କ୍ୟାପଟେନ୍ କୋହଲି ଯେଉଁ ସ୍ପୀଡରେ ରନ୍ ଅକ୍ତିଆର କଲେ ସେଥିରେ ପାକିସ୍ତାନର ପବନ ବାହାରିସାରିଥିଲା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe