ବିଶ୍ୱକପରେ ଭାରତ-ପାକ୍ ମ୍ୟାଚ ପୂର୍ବରୁ ପୁଣି ଚର୍ଚ୍ଚାରେ ପାକ୍ ଫ୍ୟାନ୍ । ୨୦୧୯ରେ ‘ମାରୋ ମୁଝେ ମାରୋ’ ଡାଏଲଗ କରିଥିଲା ଲୋକପ୍ରିୟ…

216

କନକ ବ୍ୟୁରୋ: ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଭାରତ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା । ୨୦୧୯ ବିଶ୍ୱକପରେ କିନ୍ତୁ ପାକିସ୍ତାନ ଭାରତଠାରୁ ୮୯ ରନରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ପାକିସ୍ତାନ ଟିମକୁ ଚାରିଆଡୁ ସମାଲୋଚନାର ସ୍ୱର ଶୁଣିବାକୁ ପଡିଥିଲା । ହେଲେ ସୋସିଆଲ୍ ମିଡିଆରେ ଏହି ସମୟରେ ଗୋଟିଏ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଜଣେ ପାକ୍ ପ୍ରଶଂସକ ‘ମାରୋ ମୁଝେ ମାରୋ’ ବୋଲି କହୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ମାତ୍ର କେଇ ମିନିଟ୍ ଭିତରେ ସାରା ବିଶ୍ୱରେ ବେଶ ଲୋକପ୍ରିୟ ହୋଇଥିଲା । ଆଉ ଏହି ଭିଡିଓର ସେହି ଚେହେରା ଥିଲେ ମୋମିନ୍ ସାକିବ୍ ।

 

View this post on Instagram

 

A post shared by Momin Saqib (@mominsaqib)

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ-ପାକ୍ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଏବେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ସେହି ପାକିସ୍ତାନୀ ଫ୍ୟାନ୍ ମୋମିନ୍ ସାକିବ୍ । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମ୍ୟାଚ୍ ପୂର୍ବରୁ ଗୋଟିଏ ଭିଡିଓ ସେଆର୍ କରିଛନ୍ତି । ଯେଉଁଥିରେ ସେ ଭାରତ-ପାକ୍ ମ୍ୟାଚ୍ ସମ୍ଭନ୍ଧରେ କହୁଛନ୍ତି । ତାଙ୍କର ଏହି ଭିଡିଓକୁ ଲୋକମାନେ ବେଶ୍ ଲାଇକ୍ କରୁଥିବାବେଳେ ଅନେକ ସେୟାର ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ରେ ଭାରତ-ପାକ୍ ମ୍ୟାଚ୍ ପରେ ଚର୍ଚ୍ଚାକୁ ଆସିଥିଲେ ମୋମିନ୍ । ସେ ପାକିସ୍ତାନର ପରାଜୟ ପରେ ନିଜର ନିରାଶା ଜାହିର କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ସେହି ‘ମାରୋ ମୁଝେ ମାରୋ’ ଡାଏଲଗ ସେତେବେଳେ ପ୍ରବଳ ଭାଇରାଲ ହୋଇଥିଲା । ଆଉ ଏବେ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ତାଙ୍କର ଏହି ପୋଷ୍ଟ ଲୋକଙ୍କ ଚର୍ଚ୍ଚା ସାଉଣ୍ଟିଛି ।