ସାରା ଦେଶରେ ଅଦ୍ଭୁତପୂର୍ବ କ୍ରିକେଟ୍ ଫିଭର । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନୀଳ ରଙ୍ଗର ଜନସମୁଦ୍ର, ଖେଳ ଦେଖିବାକୁ ପହଁଚିଲେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତି

80

କନକ ବ୍ୟୁରୋ : ସାରାଦେଶରେ କ୍ରିକେଟର ଫିଭର । ଗାଁ ଠୁ ସହର, ସବୁଠି ଦେଖିବାକୁ ମିଳିଥିଲା କ୍ରିକେଟର କ୍ରେଜ । ବିଶ୍ୱକପ୍ ମହାମୁକାବିଲର କାଉଂଟଡାଉନ ଆରମ୍ଭ ହେବା ସହ ଭାରତୀୟ ଟିମର ବିଜୟ କାମନା କରି ଚାରିଆଡେ ଚାଲିଥିଲା ପୂଜାର୍ଚ୍ଚନା ଓ ହୋମଯଜ୍ଞ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ କ୍ରିକେଟ ପ୍ରେମୀ । ଅଧିଷ୍ଠାତ୍ରୀ ଦେବା ମା ବିରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ସମୂହ ଦୀପଦାନ କରାଯାଇଛି । ଅଖଣ୍ଡ ଦୀପ ଜାଳି ଭାରତୀୟ ଟିମର ବିଜୟ କାମନା କରିଛନ୍ତି ସେବାୟତ ।

କ୍ରିକେଟ ମହାସମର ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଛକ ଛକରେ ବଡ ବଡ ଏଲସିଡି ଲଗାଇ ଖେଳ ଦେଖିବାର ଆୟୋଜନ ହୋଇଥିଲା । ୨୦୦୩ ପରେ ଅଷ୍ଟ୍ରେଲିଆ ଟିମ୍ ବିରୋଧରେ ସବୁଠାରୁ ବଡ ଲଢ଼େଇ ହୋଇଥିବାରୁ କ୍ରିକେଟ ପ୍ରେମୀମାନେ ଖେଳ ଦେଖିବାକୁ ଏଲସିଡି ଆଗରେ ଭିଡ ଲଗାଇଥିଲେ । କ୍ରିକେଟ ଖେଳା ମଜା ଉଠାଇଥିଲେ ।

କ୍ରିକେଟ ଖେଳ ପାଇଁ କ୍ଲବ ଓ ହୋଟେଲ ମାନଙ୍କରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ତେବେ ଟୁର୍ଣ୍ଣାମେଂଟର ପୂର୍ବ ମ୍ୟାଚ ଗୁଡିକରେ ଭାରତୀୟ ବ୍ୟାଟିଂ ବାହିନୀ ଯେମିତି ପ୍ରଦର୍ଶନ କରିଥିଲା, ଫାଇନାଲରେ ସେମିତି ପ୍ରଦର୍ଶନ କରିପାରି ନଥିବାରୁ କ୍ରିକେଟ ପ୍ରେମି କିଛି ମାତ୍ରାରେ ନିରାଶ ହୋଇଥିଲେ ।