କନକ ବ୍ୟୁରୋ: ସାରାଦେଶରେ କ୍ରିକେଟର ଫିଭର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳିଥିଲା ଗୋଟିଏ ଦୃଶ୍ୟ । କ୍ରିକେଟ ଖେଳ ଦେଖିବା ପାଇଁ ଟିଭି ଆଗରେ ଲାଗିଥିଲା ଭିଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ସମେତ ଦେଶର କୋଟି କୋଟି କ୍ରିକେଟ ପ୍ରେମୀଙ୍କ ନଜର ଟିଭି ପରଦା ଉପରେ ଅଟକି ଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଆଗରେ ବିଶାଳ ରନର ଟାର୍ଗେଟ ଦେବା ପରେ ଖୁସିରେ ବିଭୋର ହୋଇ ଉଠିଥିଲେ ଭାରତୀୟ ।
କେବଳ ଟିଭି ପରଦା ନୁହେଁ ଯିଏ ଯେଉଁଠି ଥିଲେ ବି କ୍ରିକେଟରେ ମସଗୁଲ ଥିଲେ । ଚା ଖଟିରେ ହେଉ କି ଛକ ବଜାରରେ ହାତରେ ଥିବା ମୋବାଇଲରେ ଭାରତ- ନ୍ୟୁଜିଲାଣ୍ଡର ମ୍ୟାଚ ଦେଖୁଥିଲେ କ୍ରିକେଟ ପ୍ରେମୀ । ଆଉ ମଜା ଉଠାଉଥିଲେ । ତେବେ ଆଜି ସକାଳୁ ଆରମ୍ଭ ହୋଇ ଯାଇଥିଲା ଉତ୍ସବର ମାହୋଲ । ଦେଶର ବିଭିନ୍ନ ସ୍ଥାନରେ ଭାରତର ବିଜୟ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା । ହୋମ ଯଜ୍ଞ ହୋଇଥିଲା । ଭାରତୀୟ କ୍ରିକେଟ ଟିମର ଜର୍ସି ପିନ୍ଧି ଆଗୁଆ ଉତ୍ସବ ମନାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/7pm-2-2.jpg)