ଗୁଜୁରାଟଠାରେ କ୍ରିକେଟରଙ୍କ ପତ୍ନୀଙ୍କୁ ପୋଲିସ୍ କନେଷ୍ଟବଲଙ୍କ ମାଡ ଅଭିଯୋଗ ! ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ । 

68
କନକ ବ୍ୟୁରୋ : କ୍ରିକେଟରଙ୍କ ପତ୍ନୀଙ୍କୁ ପୋଲିସର ମାଡ । ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ତଥା ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ ଖେଳାଳୀ ରବୀନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିଭା ସୋଲଙ୍କି ଜାଡେଜାଙ୍କୁ ସୋମବାର ଜଣେ ପୁଲିସ୍ କନେଷ୍ଟବଲ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି  । ଗୁଜୁରାଟର ଜାମନଗରରେ ରିଭାଙ୍କ କାର୍ ସାମାନ୍ୟ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା  । ରିଭାଙ୍କ କାର୍ କନେଷ୍ଟବଳଙ୍କ ବାଇକକୁ ଧକ୍କା ଦେଇଥିଲା ବୋଲି କୁହାଯାଉଛିି  । ଆଉ ସେହି ସମୟରେ କନେଷ୍ଟବଳ ଜଣଙ୍କ ରିଭାଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି  । ଉକ୍ତ କନେଷ୍ଟବଳଙ୍କ ନାଁ ହେଉଛି ସଜୟ ଆହୀର । ଏହି ଘଟଣାଟି ସାରୁ ସେକ୍ସନ୍ ରୋଡଠାରେ ଘଟିଥିବାର ସୁଚନା ମିଳିଛି । କନେଷ୍ଟବଳ ଜଣଙ୍କ ଉକ୍ତ ଘଟଣାରେ ଏତେ ଆକ୍ରମଣାତ୍ମକ ହୋଇଯାଇଥିଲେ ଯେ ରିଭାଙ୍କ ଚୁଟି ମଧ୍ୟ ଧରିଥିଲେ ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ କାର୍ ଚଲାଉଥିବା ସମୟରେ ରିଭାଙ୍କ ସହ ତାଙ୍କ ଶାଶୁ ମା’ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ । ଏହା ହାଇପ୍ରୋଫାଇଲ୍ ଘଟଣା ହୋଇଥିବାରୁ ଗୁଜୁରାଟ ପୋଲିସ୍ ଏହାକୁ ସାଙ୍ଘାତିକ ଭାବେ ଗ୍ରହଣ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ କନେଷ୍ଟବଳଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି  ।