ଭୁବନେଶ୍ୱର କୁମାରଙ୍କ ଘରକୁ ଆସିଲା ଲକ୍ଷ୍ମୀ, ପତ୍ନୀ ନୁପୁର ନାଗର ସହ ଖୁସି ମନାଉଛନ୍ତି ଭୁବନେଶ୍ୱର କୁମାର

405

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପେସ ବୋଲର ଭୁବନେଶ୍ୱର କୁମାରଙ୍କ ପତ୍ନୀ ନୁପୁର ନାଗର ବୁଧବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଝିଅ ଜନ୍ମ କରିଛନ୍ତି । ଭୁବନେଶ୍ୱର କୁମାରଙ୍କ ପୂର୍ବରୁ ଚଳିତ ବର୍ଷ ବିରାଟ କୋହଲି ଓ ଉମେଶ ଯାଦବ ବି ବାପା ହୋଇ ସାରିଛନ୍ତି ।

ମେରଠ ଜିଲ୍ଲା କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ରାକେଶ ଗୋଏଲ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ନୁପୁର ନାଗର ଏକ ଝିଅ ଜନ୍ମ ଦେଇଛନ୍ତି ଓ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ସେପଟେ ଭୁବନେଶ୍ୱର କୁମାର ବୁଧବାର ଦିନ ମେରଠ ସ୍ଥିତ ତାଙ୍କ ବାସଭବନକୁ ଆସିପାରନ୍ତି । ରାକେଶ ଗୋଏଲ କହିବା ମୁତାବକ ମଙ୍ଗଳବାର ଦିନ ନୁପୁରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

କହିରଖୁ କି ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱର କୁମାର ନିଜର ବିବାହ ବାର୍ଷିକ ପାଳନ କରିଥିଲେ । ଏହା ଫଳରେ ବିବାହ ବାର୍ଷିକର ଖୁସି ଦ୍ୱିଗୁଣିତ ହୋଇଛି । ଭୁବନେଶ୍ୱର କୁମାର ଓ ନୁପୁର ଉଭୟ ପିଲାଦିନର ସାଙ୍ଗଥିଲେ ଓ ସେମାନେ ୨୦୧୨ ନଭେମ୍ବର ୨୩ ରେ ବିବାହ କରିଥିଲେ । ଏବେ ଏବେ ଭୁବନେଶ୍ୱର କୁମାର ନ୍ୟୁଜିଲାଣ୍ଡ ବିରୋଧରେ ୩ ଟି ମ୍ୟାଚ ଖେଳି ୩ ଟି ୱିକେଟ ହାସଲ କରିଥିଲେ ।