ଡେଭିଡ ଓ୍ଵାର୍ଣ୍ଣରଙ୍କ ପ୍ରତି ବଢୁଛି ଅଡୁଆ ! ହୋଟେଲରୁ ବାହରି ଯିବାକୁ କହିଲେ ସାଥୀ ଖେଳାଳି, ସେପଟେ ଅଷ୍ଟ୍ରେଲିଆ ଟିମର ହ୍ଵାଟସଅପ୍ ଗ୍ରୁପରୁ ବି ବାସନ୍ଦ ହେଲେ ଓ୍ଵାର୍ଣ୍ଣର

Advertisment
ଡେଭିଡ ଓ୍ଵାର୍ଣ୍ଣରଙ୍କ ପ୍ରତି ବଢୁଛି ଅଡୁଆ ! ହୋଟେଲରୁ ବାହରି ଯିବାକୁ କହିଲେ ସାଥୀ ଖେଳାଳି, ସେପଟେ ଅଷ୍ଟ୍ରେଲିଆ ଟିମର ହ୍ଵାଟସଅପ୍ ଗ୍ରୁପରୁ ବି ବାସନ୍ଦ ହେଲେ ଓ୍ଵାର୍ଣ୍ଣର

Source:Fox Sports

ବଲ ଟେମ୍ପରିଂ ମାମଲାରେ ଫସିଥିବା ଡେଭିଡ ଓ୍ଵାର୍ଣ୍ଣରଙ୍କ ପ୍ରତି ଦିନକୁ ଦିନ ଅଡୁଆ ବଢୁଛି । କ୍ରିକେଟ ଅଷ୍ଟ୍ରେଲିଆ ଓ୍ଵାର୍ଣ୍ଣରଙ୍କ କ୍ରିକେଟ୍ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବ କିନ୍ତୁ ଏହା ପୂର୍ବରୁ ଖେଳାଳିଙ୍କ ମଧ୍ୟରେ ଅନେକ ଆଲୋଚନା ହେଉଛି । ରିପୋର୍ଟ ଅନୁସାରେ କେପ୍ଟାଉନ୍ର ଏକ ହୋଟେଲରେ ଓ୍ଵାର୍ଣ୍ଣର କିଛି ବାହାର ବନ୍ଧୁଙ୍କ ସହିତ ପାର୍ଟି କରୁଥିଲେ। ଏହି ସମୟରେ ଟିମ୍ର ଅନ୍ୟ ଖେଳାଳିମାନେ ଓ୍ଵାର୍ଣ୍ଣରଙ୍କୁ ହୋଟେଲରୁ ବାହାରି ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

publive-image

‘ଫକ୍ସସ୍ପୋର୍ଟସ୍ ଡଟ୍ କମ୍ ଏୟୁ’ର ରିପୋର୍ଟ ଅନୁସାରେ ଓ୍ଵାର୍ଣ୍ଣରଙ୍କୁ ନେଇ କିଛି ଖେଳାଳି ଏମିତି ଅସନ୍ତୁଷ୍ଟ ହୋଇ କହିଛନ୍ତି, ଯଦି ତାଙ୍କୁ(ଓ୍ଵାର୍ଣ୍ଣର)ଙ୍କୁ ବାହାର କରା ନଯିବ, ତା’ହେଲେ ନିଜକୁ ନିୟନ୍ତ୍ରଣରେ ରଖି ପାରିବେ ନାହିଁ। ଓ୍ଵାର୍ଣ୍ଣରଙ୍କୁ ଟିମ୍ ହ୍ଵାଟସ୍ଅପ୍ ଗ୍ରୁପ୍ରୁ ବାହାର କରି ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

publive-image

ବଲ ଟେମ୍ପରିଂ ନେଇ ଆଜି କ୍ରିକେଟ୍ ଅଷ୍ଟ୍ରେଲିଆର ଜରୁରିକାଳୀନ ବୈଠକ ଦକ୍ଷିଣ ଆଫ୍ରିକାରେ ହେଉଛି । ଏହି ବୈଠକରେ କୋଚ ଡେରେନ ଲେହମାନ ଓ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ହେବ। କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ ସଦରଲାଣ୍ଡଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ, ସ୍ମିଥ ଓ ଲେହମାନଙ୍କ ଭାଗ୍ୟ କ’ଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe