ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ : କୋଭିଡ୍‌ ଯୁଦ୍ଧରେ ବିଜୟ ସରକାରଙ୍କର ନୁହେଁ, ଭାରତର ବାହାଦୁରି

ଏହି ସଫଳତାରେ ଗର୍ବ କରିବାରେ କ୍ଷତି କ’ଣ ? ବିରୋଧ କରାଯିବା ଭଲ; କିନ୍ତୁ ଦେଶର ଆତ୍ମବିଶ୍ୱାସ ଭାଙ୍ଗନ୍ତୁ ନାହିଁ

141

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭାରେ ନିଜ ସଂବୋଧନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଦେବା ସହିତ ବିରୋଧୀଙ୍କ ଟାର୍ଗେଟ୍ କରିଛନ୍ତି ।

ମୋଦି କହିଛନ୍ତି, ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସମସ୍ତେ ଉପସ୍ଥିତ ଥିଲେ ଭଲ ହୋଇଥାନ୍ତା । ବର୍ତ୍ତମାନ କରୋନା କାଳରେ ଭାରତକୁ ଉତ୍କଣ୍ଠାର ସହ ଅନେଇ ରହିଛି ସାରା ବିଶ୍ୱ । ଭାରତ ପାଇଁ କରୋନା କାଳ ବଡ ସୁଯୋଗ ଆଣିଦେଇଛି । ଭାରତ ଉପରେ ଆଜି ସମସ୍ତଙ୍କର ବିଶ୍ବାସ ବଢ଼ିଛି । ଭାରତ ଉପରେ ଆଜି ସାରା ବିଶ୍ବର ନଜର, ବିଶ୍ବ ଭାରତଠାରୁ ଅନେକ କିଛି ଆଶା ରଖୁଛି । ଖୁବ କମ୍ ସମୟରେ ଭାରତ କରୋନା ଟିକା ପ୍ରସ୍ତୁତ କରିଛି । ଆମ ଗଣତନ୍ତ୍ର ଲୋକଙ୍କ ଦ୍ବାରା ପରିଚାଳିତ । ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ବଢ଼ିବା ପାଇଁ ଗରିବୀରୁ ମୁକ୍ତି ନିହାତି ଜରୁରୀ । କରୋନା କାଳରେ ରେକର୍ଡ ପୁଞ୍ଜିନିବେଶ ହୋଇଛି । ଛୋଟ ଚାଷୀଙ୍କୁ ଆମେ ଋଣ ଦେବାର ବ୍ୟବସ୍ଥା କରିଛୁ । ଆମେ ଫସଲ ବୀମା ଯୋଜନାର ପରିସୀମା ବଢ଼ାଇଛୁ । କୃଷକ ଆନ୍ଦୋଳନ ଉପରେ ପାର୍ଲାମେଣ୍ଟରେ ଚର୍ଚ୍ଚା ହେଲା । କୃଷକ ଆନ୍ଦୋଳନ କଣ ପାଇଁ ହେଉଛି କେହି କହିଲେନି । କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି । ଆନ୍ଦୋଳନ ଚାଷୀଙ୍କୁ ଓହରିବାକୁ ଅପିଲ କରୁଛି । MSP ଥିଲା, ଅଛି ଆଉ ରହିବ । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛୁ ।