କନକ ବ୍ୟୁରୋ: ଜଟଣୀ ଓଭର ବ୍ରିଜକୁ ନେଇ ଜୋର ଧରିଛି ଶ୍ରେୟ ରାଜନୀତି । ଉଦଘାଟନ୍ ସମୟ ଆଗରୁ ନିର୍ମାଣଧିନ ବ୍ରିଜରେ ଦୀପ ଜାଳି ନଡିଆ ବାଡେଇଲେ ଉଦଘାଟନ କାମ ସାରିଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି । ଏବେ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଜଟଣୀ ମୁଖ୍ୟ ରାସ୍ତାଠାରୁ କୁଦିରିଆ ପର୍ଯ୍ୟନ୍ତ ରେଲୱେ ଟ୍ରାକ୍ ଉପରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରାଯାଉଛି । ଅଗଷ୍ଟ ୧୫ ତାରିଖରେ ବ୍ରିଜର ଉଦଘାଟନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ହେଲେ ସମୟ ଆଗରୁ ଆଜି ଉଦଘାଟନ କାମ ସାରି ଦେଇଛନ୍ତି ଜଟଣୀ ବିଧାୟକ । ସମର୍ଥକଙ୍କ ସହ ଆସି ବ୍ରିଜ ଉପରେ ଦୀପ ଜାଳି ନଡିଆ ବାଡେଇଛନ୍ତି ସୁର ରାଉତରାୟ ।

Advertisment