ନୂଆ ମେଡିକାଲ କଲେଜ ଖୋଲିବା ନେଇ କ୍ୟାବିନେଟ ନିଷ୍ପତି ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ବିଜେପି କହିଲା, ୬୦ ପ୍ରତିଶତ ଅର୍ଥ ଦେଉଛି କେନ୍ଦ୍ର, ରାଜ୍ୟ ଦେଉଛି ୪୦ । 

273

କନକ ବ୍ୟୁରୋ : ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ବିଜେପି କହିଛି, ଏ ନେଇ  ସରକାରଙ୍କ କୌଣସି ବଜେଟ ନାହିଁ କି ଇଚ୍ଛା ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ହଡପ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ସେପେଟ ବିଜେଡି କହିଛି ସଂଘୀୟ ବ୍ୟବସ୍ଥାରେ ଏଭଳି ହୁଏ ।  ରାଜ୍ୟଠାରୁ କେନ୍ଦ୍ର ବି ଟିକସ ନେଉଛନ୍ତି ।

ଗୁରୁବାର ରାଜ୍ୟ ସରକାର ଯାଜପୁର ଓ ପୁରୀ ପାଇଁ ବଡ ଘୋଷଣା କରିଥିଲେ । ପୁରୀରେ ୬୫୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ହେବ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ କରିଥିଲେ ସରକାର । ସେହିପରି ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।