ଅଗ୍ନିଶମବାହିନୀ ପାଇଁ ସୃଷ୍ଟି ହେଉଛି ବଡ ଚ୍ୟାଲେଞ୍ଜ। ସମ୍ରାଟ କମ୍ପଲେକ୍ସ ଭିତରେ ଏବେବି ଫସିରହିଛନ୍ତି କିଛି ପର୍ଯ୍ୟଟକ ।

192

କନକ ବ୍ୟୁରୋ: ପୁରୀ ସମ୍ରାଟ କମ୍ପଲେକ୍ସରେ ନିଆଁ ଲାଗିବା ଘଟଣାରେ ସ୍ଥିତି ସଙ୍ଗୀନ ରହିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରିରହିଛି । ଦମକଳବାହିନୀର ୬ଟି ଗାଡି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିଲେ ବି ଲୋକଙ୍କୁ ଉଦ୍ଧାର କରାଯାଇପାରିନାହିଁ । ବର୍ତ୍ତମାନ ମଧ୍ୟ ଭିତରେ ଅନେକ ଜଣ ଫସିରହିଥିବା ସୂଚନା ମିଳିଛି । ଭିତରକୁ ଯାଇଥିବା କିଛି ଅଗ୍ନିଶମ କର୍ମଚାରୀ ଫେରିଆସିଥିବା ବେଳେ ଭିତରେ ଧୂଆଁର ପରିମାଣ ବହୁତ ଥିବା କହିଛନ୍ତି । ସେପଟେ ୨ଜଣ ସ୍ୱତନ୍ତ୍ର ଅଗ୍ନିଶମ କର୍ମଚାରୀ ସ୍ୱତନ୍ତ୍ର ପୋଷାକ ପିନ୍ଧି ଭିତରକୁ ଯାଇଛନ୍ତି । ତେବେ ଏଥିପାଇଁ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡୁଛି । ଏକ ଘଣ୍ଟା ଧରି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିପାରିନାହିଁ ।