କନକ ବ୍ୟୁରୋ : ମହାନଦୀକୁ ଖସୁ ଖସୁ ରହିଗଲା ବସ୍ । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ । ବାଙ୍କୀ ଯାତମୁଣ୍ଡିଆ ପୋଲ ଉପରେ ଘଟିଛି ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ାରେ ମାଡ଼ ହୋଇଥିଲା ବସ୍ । ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ବସଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୧୦ ଜଣରୁ ଅଧିକ ଯାତ୍ରୀ ସାମନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ହେଲେ ସୌଭାଗ୍ୟବସତଃ ସମସ୍ତ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଦୀର୍ଘସମୟ ଧରି ବସଟି ବ୍ରିଜରେ ଓହଳି ରହିବା ପରେ ଉଦ୍ଧାର ପାଇଁ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ସ୍ଥାନୀୟ ଡମପଡ଼ା ଫାୟାର ଷ୍ଟେସନରୁ ଗୋଟିଏ ଟିମ୍ ଉଦ୍ଧାର ପାଇଁ ପହଞ୍ଚିଥିଲା । ବିପଦଜନକ ଭାବେ ଝୁଲି ରହିଥିବା ବସକୁ କାଢ଼ିବା କଷ୍ଟକର ବ୍ୟାପାର ଥିଲା । ଏହା ପରେ ଆରମ୍ଭ ହୋଇଥିବା ଅଧାରେ ଝୁଲି ରହିଥିବା ବସକୁ କାଡ଼ିବା ପ୍ରକ୍ରିୟା । ବସକୁ ଉଦ୍ଧାର ପାଇଁ ଏକ କ୍ରେନ୍ ଓ ହାଇୱା ଅଣାଯାଇଥିଲା । କ୍ରେନ୍ ଓ ହାଇୱା ସାହାଯ୍ୟରେ ଉଦ୍ଧାର ହୋଇଥିଲା ବସ୍ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବସର ବେଗ ୪୦ରୁ ୫୦ କିଲୋମିଟର ଥିଲା । ଦୁର୍ଘଟଣା ହେବା ପରେ ବସ ଡ୍ରାଇଭର ମଧ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।