ଚାହୁଁ ଚାହୁଁ ଓଲଟି ପଡିଲା କ୍ରେନ୍ । ଚାଲିଗଲା ୧୧ ଶ୍ରମିକଙ୍କ ଜୀବନ, ଆନ୍ଧ୍ରପ୍ରଦେଶ ବିଶାଖପାଟଣାରୁ ଆସିଲା ଅଭାବନୀୟ ଘଟଣା

1,132

କନକ ବ୍ୟୁରୋ: ଚାହୁଁ ଚାହୁଁ ଖସି ପଡିଲା କ୍ରେନ । ନିମିଷକରେ ତାସ ଘର ଭଳି ଖଣ୍ଡ ଖଣ୍ଡ ହୋଇ ଭୁଶୁଡିପଡିଲା । ଆନ୍ଧ୍ରପ୍ରଦେଶରେ ବିଶାଖପାଟଣାର ସିପ୍ ୟାର୍ଡରେ ଘଟିଛି ଏହି ଦୁର୍ଘଟଣା । ଅଚାନକ ବିଶାଳକାୟ କ୍ରେନ ଭୁଶୁଡି ପଡିବାରୁ ଘଟଣା ସ୍ଥଳରେ ୧୧ଜଣ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ବିଶାଖପାଟଣାର ହିନ୍ଦୁସ୍ଥାନ ଶିପୟାର୍ଡ ଲିମିଟେଡରେ ଏହି ଦୂର୍ଘଟଣା ଘଟିଥିବା ସୂଚନା ଦେଇଛନ୍ତି ଡିସିପି ସୁରେଶ ବାବୁ । ଏହି ସିପୟାର୍ଡରେ ଦୁର୍ଘଟଣା ଘଟିବା ସମୟରେ ମୋଟ ୨୫ ଜଣ ଶ୍ରମିକ କାମ କରୁଥିଲେ ବୋଲି ଜଣାପଡିଛି ।