ବାଣ ବିସ୍ଫୋରଣରେ ଭୁଶୁଡିଲା ଛାତ: ଜଣେ ଗୁରୁତର, ଦୁଇ ଶିଶୁ ଚାପି ହୋଇ ରହିଥିବା ସୂଚନା; ଉଦ୍ଧାର କାର୍ଯ୍ୟ ଜାରି

କାମାକ୍ଷାନଗର ସୋଗର ଗାଁରେ ଅଗ୍ନିକାଣ୍ଡ

626

କନକ ବ୍ୟୁରୋ: କାମାକ୍ଷାନଗର ସୋଗର ଗାଁରେ ଅଗ୍ନିକାଣ୍ଡ । ଗାଁର ସରୋଜ କୁମାରଙ୍କ ଘରେ ହଠାତ ନିଆଁ ଲାଗିଯାଇଛି । ଘଟଣାରେ ଦୁଇଜଣ ନାବାଳକଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହୋଇଛି । ଏବେ ବି ଘର ଭିତରେ ଅନେକ ଲୋକ ରହିଯାଇଥିବା ଅନୁମାନ କରାଯାଉଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଉଦ୍ୟମ ଚାଲିଛି ।