ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ । ଫାଟିଗଲାଣି ପଦ୍ମପାଖୁଡା, ଖଣ୍ଡ ଖଣ୍ଡ ହୋଇ ଖସିପଡୁଛି ପ୍ରାଚୀନ ଭାସ୍କର୍ଯ୍ୟ ।

85

କନକ ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପରେ ଏବେ ଉତରଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ ଦେଖାଦେଇଛି । ଗୁମୁଟର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଫାଟ ଏତେ ବଡ଼ ବଡ଼ ହୋଇଛି ଯେ, ଏହି ସ୍ଥାନରୁ ଯେକୌଣସି ସମୟରେ ପଥର ଖସି ପଡ଼ିବା ଆଶଙ୍କା ରହିଛି । ଏକାଧିକ ସ୍ଥାନରୁ ପ୍ରସ୍ତରର ଭାସ୍କର୍ଯ୍ୟ ସବୁ ଖଣ୍ଡ ଖଣ୍ଡ ହୋଇ ଖସିପଡ଼ିଛି । ଫଳରେ ପ୍ରସ୍ତର କାନ୍ଥରେ ଗର୍ତ ଦେଖାଗଲାଣି ।

ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଭୁଶୁଡ଼ି ଯିବା ସମ୍ଭାବନା ରହିଛି । ଏହି ଫାଟ ଦେଖାଯିବା ପରେ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ଉତ୍ତରଦ୍ୱାର ସହ ଅନ୍ୟଦ୍ୱାରରେ ଭୁପୃଷ୍ଠରୁ ପଦ୍ମପାଖୁଡା ଆକୃତିର ବଡ଼ ବଡ଼ ପ୍ରସ୍ତର ସବୁ ରହିଛି । ଏହା ଉପରି ଅଂଶରେ ଅନ୍ୟାନ୍ୟ କାରକାର୍ଯ୍ୟ ମଧ୍ୟ ରହିଛି । ଏବେ ଉତରଦ୍ୱାର ଗୁମୁଟ ବାମ ପାଶ୍ୱର୍ରେ ପଦ୍ମପାଖୁଡା ସଦୃଶ ପ୍ରସ୍ତରରେ ଫାଟ ଦେଖାଦେବା ପରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।