ଅଠରନଳାରେ ଫାଟ, ସଙ୍କଟରେ ପୁରୀର ଐତିହ୍ୟ । ଅଠରନଳା ରିଟେନିଂ ୱାଲ୍ ଭୁଶୁଡିପଡିବା ଆଶଙ୍କା ।

222

କନକ ବ୍ୟୁରୋ: ଅଠରନଳାରେ ସୃଷ୍ଟି ହୋଇଛି ଫାଟ । ଓଲଟା ପାହାଚ ସଦୃଶ ଖଞ୍ଜା ଯାଇଥିବା ପଥରରେ ଫାଟ ଦେଖିବାକୁ ମିଳିଛି । ଲହଡ଼ି ମୁଦ ଦିଆଯାଇଥିବା କିଛି ସ୍ଥାନ ମଧ୍ୟ ଖାଇଗଲାଣି । ଭୁବନେଶ୍ୱର ପଟୁ ଆସିଲେ ୮ ନମ୍ବର ଓ ୬ ନମ୍ବର ନଳାରେ ଫାଟ ଦୃଶ୍ୟମାନ ହେଉଛି । ଏହା ସହ ଅଠରନଳାର ରିଟେନିଂ ୱାଲ ଅବସ୍ଥା ଆହୁରି ଖରାପ । ରିଟେନିଂ କାନ୍ଥକୁ ଧରି ରଖିଥିବା ସ୍ତମ୍ଭକୁ ଓସ୍ତଗଛ ଫଟେଇ ସାରିଲାଣି । କାନ୍ଥ ଝୁଲନ୍ତା ଅବସ୍ଥାରେ ରହିଥିବାରୁ ବଡ଼ ପବନର ଝଟକାରେ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି ।

୨୦୧୫ ନବକଳେବର ସମୟରୁ ୨୦୨୦ ମସିହା ଭିତରେ ୫ କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ହେଲେ ବାହାର ପଟକୁ ଥିବା ଦୁଇଟି ପଥରରେ ଏବେ ଜଳଜଳ ହୋଇ ଫାଟ ଦେଖାଦେଉଛି । କେଶରୀ ବଂଶ ସମ୍ରାଟ ମତ୍ସ୍ୟକେଶରୀ ଅଠରନଳା ନିର୍ମାଣ କରାଇଥିବା ଇତିହାସ ରହିଛି । ଏହାର ନିର୍ମାଣ ୯୭୫ରୁ ୯୫୫ ଖ୍ରୀଷ୍ଟାବ୍ଦରେ ହୋଇଥିବା ଅନୁମାନ କରାଯାଏ । ୧୩ ଶହ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଭାନୁଦେବଙ୍କ ଦ୍ୱାରା ଏହା ପ୍ରତିଷ୍ଠା କରାଯାଇଥିଲା । ୧ ହଜାରରୁ ଅଧିକ ବର୍ଷର ଏହି ସ୍ମାରକୀକୁ ଏଏସଆଇ ରକ୍ଷଣାବେକ୍ଷଣ କରୁଛି ।