ଲୁଚାଛପାରେ ବାଣ ବିକିଲେ ଅସାଧୁ ବ୍ୟବସାୟୀ । ଦୀପରେ ଝଲସିଲା ଆଲୋକର ପର୍ବ ଦୀପାବଳି ।

485

କନକ ବ୍ୟୁରୋ : କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଜାରି କରିଛନ୍ତି । ହେଲେ ଫୁଲବାଣୀରେ କିଛି ଅସାଧୁ ବ୍ୟବସାୟୀ ଲୁଚିଛପି ବାଣ ବିକ୍ରି କରିଛନ୍ତି । ନୂଆ ସହ ଗତବର୍ଷର ରହିଥିବା ପୁରୁଣା ବାଣକୁ ଲୁଚିଛପି ଚଢା ଦରରେ ବିକ୍ରି କରିଛନ୍ତି । ପୁଲିସ ବଜାରରେ ପଇଁତରା ମାରୁଛି । ହେଲେ ଦୋକାନୀ ସାହିବସ୍ତିରେ ରହି ବାଣି ବିକ୍ରି କରିଛନ୍ତି ।

ସଂଧ୍ୟା ହେବା ପରେ ବିଭିନ୍ନ ସ୍ଥାନରେ ବାଣର ଢୋ ଢା ଶବ୍ଦ ଆସିଥିଲା । ହେଲେ ତାହା ବିଗତ ବର୍ଷଗୁଡିକ ବାଣ ଫୁଟା ଭଳି ନଥିଲା । କରୋନା କଟକଣାରେ ବାଣ ବିକ୍ରି ଓ ଫୁଟାରେ ବଡ ପ୍ରଭାବ ପଡିଛି । ସେଥି ନିମନ୍ତେ ଏଥର ମାଟିଦୀପର ଆଦର ବଢିଛି । ସବୁ ଆଡେ ଦୀପ ଜଳିଥିଲା । କହିବାକୁ ଗଲେ କରୋନା କଟକଣା ପାଇଁ ଏଥର ଦୀପରେ ଝଲସିଲା ଆଲୋକର ପର୍ବ ଦୀପାବଳି ।