କନକ ବ୍ୟୁରୋ: ବନ୍ଧୁକ ମୁନରେ ବାଣ ଲୁଟ୍ । କେନ୍ଦ୍ରାପଡ଼ା ଜମପଡ଼ା ଗାଁର ଅଜୟ ପରିଡ଼ା କଟକରୁ କିଛି ବାଣ ଓ ମହମବତୀ ନେଇ କଟକ ଓ ଚାନ୍ଦବାଲି ରାସ୍ତାରେ ବାଇକ ଯୋଗେ ଫେରୁଥିଲେ । ଆଉ ଏହି ସମୟରେ ତାଙ୍କୁ ପିଛା କରିଥିଲେ ଦୁର୍ବୃତ । ଜମଧର ନିକଟରେ ଅଜୟଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଚମକ ଦେବା ସହ ସବୁ ବାଣ ଲୁଟି ନେଇଛନ୍ତି ଦୁର୍ବୃତ । ଏହା ସହ ତାଙ୍କ ପାଖରେ ଥିବା ଟଙ୍କା ପଇସା ମଧ୍ୟ ଲୁଟି ନେଇଛନ୍ତି । ବ୍ୟବସାୟୀଙ୍କ ଠାରୁ ଦୁଇ ବ୍ୟାଗ୍ ବାଣ ନେଇଯାଇଥିବା ଜଣାପଡ଼ିଛି ।