ବାଣ ଭିଡିବା ପଡିଲା ମହଙ୍ଗା ! ବିସ୍ପୋରଣରେ ଚାଲିଗଲା ଜଣଙ୍କର ଜୀବନ

Advertisment
ବାଣ ଭିଡିବା ପଡିଲା ମହଙ୍ଗା ! ବିସ୍ପୋରଣରେ ଚାଲିଗଲା ଜଣଙ୍କର ଜୀବନ

image courtesy-http://static.ibnlive.in.com

କନକ ବ୍ୟୁରୋ : ବାଣ ନେଲା ଜୀବନ । ବାଣ ଭିଡୁଥିବା ବେଳେ ହେଲା ପ୍ରଚଣ୍ଡ ବିସ୍ଫୋରଣ । ଆଉ ଏହି ଦୁର୍ଘଟଣାରେ ଚାଲି ଯାଇଛି ଜଣକର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଲକର ଓସ୍ତପାଳ ଗାଁରେ । ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଓସ୍ତପାଳ ଗାଁର ଅଲେଖ ନାଏକ । ବିସ୍ଫୋରଣ ତୀବ୍ରତା ଏତେ ଥିଲା ଯେ ଅଲେଖଙ୍କ ହାତ ପାପୁଲି ଛିଣ୍ଡିଯାଇଥିବା ବେଳେ ମୁଣ୍ଡ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବେଆଇନ ଭାବେ ଘରେ ବାଣ ତିଆରି କରୁଥିବାରୁ ପୋଲିସ ଚଢାଉ କରି ବହୁ ବିସ୍ଫୋରକ ଦ୍ରବ୍ୟ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe