କନକ ବ୍ୟୁରୋ : ବାଣ ବିସ୍ଫୋରଣରେ ବର୍ତ୍ତିଲେ ଡାକ୍ତର । ରାସ୍ତାରେ ବାଣ ଶୁଖାଇ ଥିବା ବେଳେ ବିସ୍ଫୋରଣ ହୋଇଛି । ଡାକ୍ତରଙ୍କ ଗାଡି ଚଢିଯିବାରୁ ବାଣ ଫୁଟି ଯାଇଥିଲା । ବାଣ ଫୁଟିବାରୁ ଡାକ୍ତରଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି । ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଭରତପୁର ଖଣ୍ଡିଆବନ୍ଧି ଗାଁରେ ଏହି ଅଘଟଣ ଘଟିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଭରତପୁର ଖଣ୍ଡିଆ ବନ୍ଧୀ ଗାଁ ରାସ୍ତାରେ ଡାକ୍ତର ସୁଜିତ୍ ସାମଲ ନିଜର ହୋଣ୍ଡା କାର ନେଇ ଯାଉଥିଲେ । ରାସ୍ତାରେ ସୁଖା ଯାଇଥିବା ବାଣ ଉପରେ କାର୍ ଚଢିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ କାରଟି ଭାଙ୍ଗିଯିବା ସହ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ବାଣ ଜବତ କରିଛି । ତେବେ ବାଣ ଶୁଖାଇ ଥିବା ବ୍ୟକ୍ତ ଫେରାର ହୋଯାଇଛନ୍ତି ।