କଡା ନିର୍ଦ୍ଦେଶ ସତ୍ୱେ ଥମୁନି ବେଆଇନ ଧାନ ଚାଲାଣ: ବରଗଡର ଭେଡେନ ବ୍ଲକରେ ଧାନ ବୋଝେଇ ୨ଟି ଟ୍ରକ ଓ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ଧାନ କୁଆଡେ ଚୋରାଚାଲାଣ ହେଉଥିଲା ତାହା ଅସ୍ପଷ୍ଟ

117

କନକ ବ୍ୟୁରୋ: ବରଗଡ଼ରେ ବେଆଇନ ଭାବେ ଧାନ ଚାଲଣ ବେଳେ ପ୍ରଶାସନର ଚଢଉ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରି ଧାନ ବସ୍ତା ଭର୍ତି ଥିବା ଦୁଇଟି ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି । ଜବତ ହୋଇଥିବା ଟ୍ରକ ନମ୍ବର ହେଲା ସିଜି- ୦୪.୫୬୫୪ ଏବଂ ଓଆର ୧୯-ଟି-୮୪୨୩ । ସେହିପରି ଜବତ ହୋଇଥିବା ଟ୍ରାକ୍ଟର ନମ୍ବର ହେଲା ୧୭-କେ-୭୯୪୩ ।

ଏହି ସବୁ ଗାଡ଼ିରେ ଚାଷୀର ଧାନ ବେଆଇନ ଭାବେ ଚାଲାଣ ହେଉଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଭାସ ଡ଼ନସନା, ଭେଡ଼େନ୍ ତହସିଲଦାର ଓ ଅତିରିକ୍ତ ତହସିଲଦାର ଏହି ଚଢଉରେ ସାମିଲ ଥିଲେ । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ସମ୍ପୃକ୍ତ ଗଡ଼ି ଡ଼୍ରାଇଭର ଫେରାର ଅଛନ୍ତି । ବରଗଡ଼ ଭେଡ଼ନ୍ ବ୍ଲକ ମହୁଲପାଲି ପଂଚାୟତର ଗଣତୁରୁମ ସ୍ଥିତ ଚିହିଙ୍କିପାଳି ଠାରେ ବେଆଇନ ଭାବେ ଧାନ ଗାଡ଼ି ଚାଲାଣ ହେଉଥିବା ନେଇ ସୁଚନା ପାଇବା ପରେ ପ୍ରଶାସନ ପକ୍ଷରୁ ଚଢଉ ହୋଇଥିଲା ।