କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି

Advertisment
କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି

କନକ ବ୍ୟୁରୋ: କୋଚିଂ ସେଂଟର ଉପରେ କେନ୍ଦ୍ର ସରକାରଙ୍କ ଛାଟ ପଡିବା ପରେ ଏହାକୁ ନେଇ ପ୍ରତିକିୟା ପ୍ରକାଶ ପାଇଛି । କୋଚିଂ ସେଂଟର ମାଲିକଙକ କହିବା କଥା ବୟସକୁ ଗୁୁରୁତ୍ୱ ନଦେଇ ନବମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କୁ କୋଚିଂ ପାଇଁ ଅନୁମତି ମିଳୁ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସ୍ୱାଗତ କରିଥିଲେ ବି କେବଳ ସ୍କୁଲରେ ପାଠ ପଢ଼ି ଜେଇଇ ଓ ନିଟ୍ ଭଳି ପରୀକ୍ଷାରେ କୃତକାର୍ଯ୍ୟ ହେବା ସହଜ ନୁହେଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ କଟକଣା ଲଗାଇବା ପରେ କୋଚିଂ ସେଂଟର ଉପରେ ଚଡ଼କ ପଡିଛି । କାରଣ ୧୬ ବର୍ଷର କମ୍ ବୟସର ପିଲା କୋଚିଂ ସେଂଟର ଯାଇ ପାରିବେନି, ମାଟ୍ରିକ ପରେ ହିଁ କୋଚିଂ ସେଂଟର ଯାଇପାରିବେ ଛାତ୍ରଛାତ୍ରୀ । ଏପରି କଡ଼ା ଗାଇଡଲାଇନ ଆଣିଛି କେନ୍ଦ୍ର । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋଚିଂ ସେଂଟର ମାଲିକ । ସେମାନେ କହିଛନ୍ତି –
କ’ଣ ରହିଛିି କୋଚିଂ ସେଂଟର ଆଭିମୁଖ୍ୟ?
ନବମ ଶ୍ରେଣୀ ପରେ କୋଚିଂ ନେବା ପାଇଁ ଅନୁମତି ମିଳୁ
ବୟସ ନୁହେଁ ଶ୍ରେଣୀକୁ ଦିଆଯାଉ ଗୁରୁତ୍ୱ
କୋଚିଂ ସେଂଟର ନଆସିଲେ ପିଲା ଅନଲାଇନ କୋଚିଂ ଆଡ଼େ ମୁହାଁଇବେ
ଅତ୍ୟଧିକ ଇଂଟରନେଟ୍ ଓ ମୋବାଇଲ୍ ବ୍ୟବହାର କୁପ୍ରଭାବ ପକାଇବ
ସରକାରଙ୍କ ନିୟନ୍ତ୍ରଣ ରହୁନଥିବାରୁ ସାରାଦେଶରେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲାଯାଉଛି ।
ଶିକ୍ଷାର ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ଏହି କୋଚିଂ ସେଂଟରଗୁଡିକ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । କୋଚିଂ ସେଂଟରରେ ପଢି ଅକୃତକାର୍ଯ୍ୟ ହେଉଥିବା କିଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବାରୁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି -

କୋଚିଂ ସେଂଟର ଯାଇପାରିବେନି ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ
ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ହିଁ ଯାଇପାରିବେ କୋଚିଂ ସେଂଟର
ଭଲ ର୍ୟାଙ୍କ ମିଳିବା ନେଇ ଗ୍ୟାରେଂଟି ଦେଇପାରିବେନି କୋଚିଂ ସେଂଟର
ଅଣଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋଚିଂ ସେଂଟର ଦେଇପାରିବେନି ନିଯୁକ୍ତି
ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଂଟର
ନିୟମ ନମାନିଲେ ୧ ଲକ୍ଷ ଟଙ୍କା ଯାଏଁ ଜରିମାନା କିମ୍ବା ପଞ୍ଜିକରଣ ବାତିଲ ହୋଇପାରେ

ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିଥିବା ବେଳେ କେବଳ ସ୍କୁଲରେ ପଢ଼ି ଜେଇଇ, ନିଟ୍ ଭଳି ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା କଷ୍ଟକର ବୋଲି କହିଛନ୍ତି । ତେଣୁ ମାଟ୍ରିକ ସମୟରୁ କୋଚିଂ ନେବା ପାଇଁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

କୋଚିଂ ସେଂଟର ନେଇ ଗାଇଡଲାଇନ ଜାରି କରିବା ସହ ରାଜ୍ୟଗୁଡିକୁ ଏହାକୁ କାର୍ଯ୍ୟକାରୀ କରିବାକୁ କହିଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ । ରାଜ୍ୟ ସରକାର ଏହାକୁ କିପରି ଲାଗୁକରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ମୋଡାଲିଟି କ’ଣ ରହିବ, ଖିଲାପକାରୀଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ସ୍ଥିର କରିବେ ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe